fbpx
BSKY SKY
BSKY SKY

Relationship Tips: ସମ୍ପର୍କକୁ ନେଇ ଆପଣଙ୍କ ପାର୍ଟନର ଖୁସି ନା ନାହିଁ, ଜାଣନ୍ତୁ ଏହି ସଂକେତରୁ…

BSKY

ଓଡ଼ିଶା ଭାସ୍କର: ଆଜିକାଲିର ଡିଜିଟାଲ ଯୁଗରେ ଭଲପାଇବା ବି ଏକ ପ୍ରକାର ଡିଜିଟାଲ ହୋଇଯାଇଛି । ବିଶେଷ କରି ଯୁବପୀଢ଼ୀଙ୍କ କ୍ଷେତ୍ରରେ ସବୁ କିଛି ଅନ୍ ଟାଇମ୍ ଦରକାର । ଅପେକ୍ଷା କରିବା ପାଇଁ କାହା ପାଖରେ ସମୟ ଅଛି । ଟିକିଏ ବିଳମ୍ବ ହେଲେ ପାର୍ଟର ଜଣଙ୍କ କ୍ରୋଧିତ ହୋଇଯାଉଛନ୍ତି ନଚେତ ସମ୍ପର୍କ ଭାଙ୍ଗି ଦେଉଛନ୍ତି । ବିଶ୍ୱାସର ଆଧାରରେ ସମ୍ପର୍କ ଦୀର୍ଘାୟୁ ହୋଇଥାଏ । କିନ୍ତୁ ବେଳେ ବେଳେ ଅନୁଭବ ହୁଏ ଯେପରି ପାର୍ଟର ସମ୍ପର୍କକୁ ନେଇ ଖୁସି ନୁହେଁ । ଆମେ ପାର୍ଟନରଙ୍କ ଠାରୁ ଯାହା ଆଶା କରିଥାଉ ତାହା ସମ୍ଭବପର ହୋଇନଥାଏ । ତେବେ ପାର୍ଟନରଙ୍କ ମଧ୍ୟରେ ଏହି ସବୁ ସଂକେତ ଦେଖାଗଲେ ଜାଣିବେ ଯେ ଏହି ସମ୍ପର୍କରେ ସେ ଅଣନିଶ୍ୱାସୀ ଅନୁଭବ କରୁଛନ୍ତି:

୧. କମ୍ୟୁନିକେସନ୍ ଗ୍ୟାପ୍: ସମ୍ପର୍କରେ କଥାବାର୍ତ୍ତା ବନ୍ଦ ହେବା ଭଲ ସଂକେତ ନୁହେଁ । ଏହା ଦ୍ୱାରା ଆପଣଙ୍କ ସମ୍ପର୍କରେ ଭୁଲ ବୁଝାମଣା ସହ ଫାଟ ସୃଷ୍ଟି ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ପାର୍ଟନର ପୂର୍ବ ଭଳି ଆପଣଙ୍କ ସହ କଥା ନ ହେଉଥିଲେ, କିଛି କଥା ଲୁଚାଉଥିଲେ ବା ସମୟ ନ ଦେଇପାରୁଥିଲେ କାରଣ ଜାଣିବା ପାଇଁ ଚେଷ୍ଟା କରନ୍ତୁ ।

୨. ଚିଡ଼ଚିଡ଼ ରହିବା: ଆପଣଙ୍କ ସହ କଥା ହେବା ସମୟରେ ପାର୍ଟନର ଛୋଟ ଛୋଟ କଥାକୁ ନେଇ ଚିଡ଼ଚିଡ଼ା ହେଉଥିଲେ ବିଶେଷ ଧ୍ୟାନ ଦିଅନ୍ତୁ । ଆପଣ ନିଜେ ଶାନ୍ତ ରହି ସ୍ଥିତିକୁ ନିୟନ୍ତ୍ରଣ କରିପାରିବେ । ଅଧିକାଂଶ ସମୟରେ ପାର୍ଟନରଙ୍କ ଦୈନନ୍ଦିନ ରୁଟିନରେ ପରିବର୍ତ୍ତନ ଦେଖା ଦେଇଥାଏ । ଏହି ସବୁ ବିଷୟରେ ପାର୍ଟନରଙ୍କ ସହ ଖୋଲା ଖୋଲି ଭାବରେ କଥା ହୁଅନ୍ତୁ ।

୩. ଫ୍ୟୁଚର ପ୍ଲାନିଂ ନ କରିବା: ପାର୍ଟନର ଆପଣଙ୍କୁ ଆଭଏଡ୍ କରିବାକୁ ଚାହୁଁଥିଲେ ଫ୍ୟୁଚର ପ୍ଲାନିଂ ବିଷୟରେ କଥାବାର୍ତ୍ତା କରିବା ପସନ୍ଦ କରନ୍ତି ନାହିଁ । ଆପଣଙ୍କ ସମ୍ପର୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ପାର୍ଟନରଙ୍କ ସହ ଏ ବିଷୟରେ ଖୋଲା କଥାବାର୍ତ୍ତା ହୋଇଯାନ୍ତୁ ।

୪. ଇଚ୍ଛାକୁ ସମ୍ମାନ ନଦେବା: ନୂଆ ନୂଆ ଭଲପାଇବାରେ କିଛି ଦିନ ଠିକ୍ ଠାକ୍ ଚାଲିଥାଏ । ପାର୍ଟନର ଆପଣଙ୍କ ସମସ୍ତ ଇଚ୍ଛାକୁ ସମ୍ମାନ ଦେଇଥାନ୍ତି, ଆପଣଙ୍କୁ ଖୁସି ରଖିବା ପାଇଁ ପ୍ରୟାସ କରିଥାନ୍ତି, ଅପଣଙ୍କ ସହ ଅଧିକ କ୍ୟୁାଲିଟି ଟାଇମ୍ ବିତାଇଥାନ୍ତି । କିନ୍ତୁ ଧିରେ ଧିରେ ସମ୍ପର୍କରେ ଶିଥିଳତା ଆସିଥାଏ । ପାର୍ଟନର ଆପଣଙ୍କୁ ଫର୍ ଗ୍ରାଣ୍ଟେଡ୍ ନେଇଯାନ୍ତି । ଆପଣ ପାର୍ଟନରଙ୍କ ବ୍ୟବହାରରେ ରୁକ୍ଷପଣ ଅନୁଭବ କରିଥାନ୍ତି । ଏପରି କିଛି ସ୍ଥିତି ଦେଖାଗଲେ ତୁରନ୍ତ ସତର୍କ ହୋଇ ସମୟ ଥାଉ ଥାଉ ପାର୍ଟନରଙ୍କ ସହ କଥାବାର୍ତ୍ତା ହୋଇଯାନ୍ତୁ ।

Get real time updates directly on you device, subscribe now.