fbpx

ରାମପଥ ଧସିବା ଘଟଣା; ଅଯୋଧ୍ୟା ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ୩ ଅଧିକାରୀ ନିଲମ୍ବିତ

Advertisement

ନୂଆଦିଲ୍ଲୀ: ପ୍ରଥମ ମୌସୁମୀ ବର୍ଷାରେ ଅଯୋଧ୍ୟାରେ ଧସିଗଲା ରାମପଥ ସମେତ ଅନ୍ୟ ରାସ୍ତା। ଯାହାକୁ ନେଇଁ ବିଭିନ୍ନ ମହଲରେ କରାଗଲା ତୀବ୍ର ସମାଲୋଚନା। ଖାସ୍ କରି ରାମ ମନ୍ଦିରକୁ ଯିବା ପାଇଁ ନିର୍ମିତ ହୋଇଥିବା ରାମପଥ ଅନେକ ସ୍ଥାନରେ ଧସିଥିଲା ଏବଂ ରାସ୍ତାରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଥିଲା। ଯାହା ପରେ ସରକାର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏହି ପ୍ରକଳ୍ପରେ ଥିବା ନିର୍ବାହୀ ଯନ୍ତ୍ରୀ, ଏଇ ଓ ଜେଇଙ୍କୁ ନିଲମ୍ବିତ କରାଯାଇଛି।

ଅଯୋଧ୍ୟାରେ ଦୁର୍ନୀତି ଅଭିଯୋଗରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାହୀ ଯନ୍ତ୍ରୀ ଧ୍ରୁବ ଅଗ୍ରୱାଲ, ସହକାରୀ ଯନ୍ତ୍ରୀ ଅନୁଜ ଦେଶୱାଲ ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଭାତ ପାଣ୍ଡେଙ୍କୁ ନିଲମ୍ବିତ କରିଛନ୍ତି। ଏହା ସହ ପୂରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ଏବଂ ଖୁବଶୀଘ୍ର ରିପୋର୍ଟ ମଗାଯାଇଛି । ଏହି ମାମଲାରେ ହୋଇଥିବା ଅବହେଳା ଏବଂ ଦୁର୍ନୀତି ପାଇଁ କାହାକୁ ଛାଡିବା ମୁଡ୍ ରେ ନାହାନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନକୁ ବିତିଛି ୬ ମାସ। ଶୁକ୍ରବାର ମୌସୁମୀର ପ୍ରଥମ ବର୍ଷାରେ୧୩ କିଲୋମିଟର ରାମପଥରେ ସହଦତଗଞ୍ଜରୁ ନୟାଘାଟ ପର୍ଯ୍ୟନ୍ତ ରାସ୍ତାରେ ଅନେକ ସ୍ଥାନରେ ରାସ୍ତା ଧସିଯାଇଛି। ଯାହାଦ୍ୱାରା ବହୁ ସଂଖ୍ୟାରେ ଅଯୋଧ୍ୟାକୁ ଆସୁଥିବା ରାମ ଭକ୍ତଙ୍କ ଭାବାବେଗରେ କେଉଁଠି ନା କେଉଁଠି ଆଘାତ ଲାଗିଛି। ସେଥିପାଇଁ ସେମାନଙ୍କର ଯେପରି କୌଣସି ଅସୁବିଧା ହେବ ନାହିଁ ସେନେଇ ସରକାର ପୁରା ତତ୍ପର।

ରାମପଥ ଧସିବା ଖବର ମିଳିବା ମାତ୍ରେ ପ୍ରଶାସନ ତରବରିଆ ଭାବେ ଗାତ ଗୁଡ଼ିକୁ ଭର୍ତ୍ତି କରିଥିଲା, କିନ୍ତୁ ସେତେବେଳକୁ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଥିଲା। ଯେଉଁଥିପାଇଁ ରାଜ୍ୟ ସରକାରଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅନ୍ୟପକ୍ଷରେ ବିରୋଧୀ ଦଳମାନେ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ପାଇଁ କୌଣସି ସୁଯୋଗ ଛାଡ଼ୁନାହାନ୍ତି ଏବଂ ସାକାଙ୍କୁ ଦୁର୍ନୀତି ଅଭିଯୋଗ ଆଣି ସମାଲୋଚନା କରୁଛନ୍ତି।

Get real time updates directly on you device, subscribe now.