fbpx

୨୨ ବର୍ଷୀୟ ବଦୋନୀଙ୍କ ବିଶାଳ ଛକ୍କା: ମହିଳାଙ୍କ ମୁଣ୍ଡରେ ବାଜିଲା ବଲ୍, ଦେଖନ୍ତୁ Video

Advertisement

ନୂଆଦିଲ୍ଳୀ: ମାତ୍ର ୨୨ ବର୍ଷ ବୟସରେ ନିଜର ଚମକ୍ରାର କ୍ରିକେଟ ଜରିଆରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଛନ୍ତି ଆୟୁଷ ବଦୋନୀ । ଏହି ୨୨ ବର୍ଷୀୟ ଖେଳାଳି ଜଣଙ୍କ ପ୍ରଥମ ମୁକାବିଲାରେ ୫୪ ରନ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଚାପର ମୁକାବିଲା କରି ମାତ୍ର ୯ ବଲ ଖେଳି ୧୯ ରନ କରିଥିଲେ । ବଦୋନୀଙ୍କ ଇନିଂସ ବଳରେ ଏଲଏସଜି ଏହି ମ୍ୟାଚକୁ ୬ ୱିକେଟରେ ଜିତି ନେଇଥିଲା । ବଦୋନି ବ୍ୟାଟିଂ କରିବାକୁ ଆସିବା ବେଳେ ଦଳ ୧୬ ବଲରେ ୪୦ ରନ ଆବଶ୍ୟକ କରୁଥିଲା । ବଦୋନୀ ମାତ୍ର ୯ଟି ବଲର ମୁକାବିଲା କରି ୨ଟି ଛକା ସହିତ ୧୯ ରନ ସଂଗ୍ରହ କରିଥିଲେ । ଏହା ମଧ୍ୟରୁ ନିଜର ପ୍ରଥମ ଛକାରେ ବଦୋନୀ ଜଣେ ମହିଳାଙ୍କୁ ଆହତ କରିଥିଲେ । ଅବଶ୍ୟ ମହିଳାଙ୍କ ଅବସ୍ଥା ଏତେଟା ଗୁରୁତର ନଥିଲା । ମହିଳା ଜଣଙ୍କ ହସୁଥିବାର ମଧ୍ୟ ନଜର ଆସିଥିଲେ ।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗସ୨୧୦ ରନ୍ କରିଥିଲା । ଜବାବରେ ୪ ୱିକେଟ ହରାଇ ଏଲଏସଜି ଏହି ମ୍ୟାଚକୁ ଜିତି ନେଇଥିଲା । ୧୬ଟି ବଲରୁ ୪୦ ରନ ଆବଶ୍ୟକ ରହିଥିବା ବେଳେ ୩ଟି ବଲ ବାକି ଥାଇ ଦଳ ବିଜୟୀ ହୋଇଥିଲା । ଶେଷ ୨ ଓଭରରୁ ୩୪ ରନ ଆବଶ୍ୟକ ରହିଥିବା ବେଳେ ଶିବମ ଦୁବେ ବୋଲିଂ କରିଥିବା ଓଭରରୁ ୨୫ ରନ ସଂଗ୍ରହ କରିଥିଲେ ଏଭିନ ଲୁଇସ ଓ ବଦୋନୀ । ଲୁଇସ ୨୩ ଟି ବଲରୁ ୫୫ ରନ ସଂଗ୍ରହ କରିଥିଲେ । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.