fbpx

ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ; ଚିଠି ଲେଖିଲେ ବିଜେପି ସାଂସଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ଚିଠି ଲେଖିଛନ୍ତି ବିଜେପି ସାଂସଦ । ରାଜ୍ୟରେ ଏହି ଯୋଜନା ଲାଗୁ ଦାବିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କୁ ଚିଠି ଲେଖିଛନ୍ତି ଓଡିଶାର ସମସ୍ତ ବିଜେପି ସାଂସଦ । ରାଜ୍ୟରେ ଏହି ଯୋଜନା ଲାଗୁ ହେବା ଦ୍ୱାରା ଗରିବ ଶ୍ରେଣୀର ଲୋକ ଉପକୃତ ହୋଇ ପାରିବେ ବୋଲି ଚିଠିରେ ଲେଖିଛନ୍ତି ବିଜେପି ସାଂସଦ ।

ଉଲ୍ଲେଖଯୋଗ୍ୟ ଯେ, ଆୟୁଷ୍ମାନ ଭାରତ ଯୋଜନା ଓଡିଶାରେ ଲାଗୁ କରିବା ପରିବର୍ତ୍ତେ ନବୀନ ସରକାର ବିଜୁ ସ୍ୱାସ୍ଥ୍ର୍ୟ ସେବା ଯୋଜନାରେ ସମାନ ସେବା ଯୋଗାଉଛନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏହାକୁ ନେଇ ବିବାଦ ଲାଗି ରହିଥିଲେ ହେଁ ଏହା ଥମିବାର ନାମ ନେଉନାହିଁ ।

Get real time updates directly on you device, subscribe now.