ମିଳିବ ବଡ଼ ସୁଯୋଗ: ଏପ୍ରିଲରୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଯୋଜନା, ଚାକିରି ପାଇବେ ଯୋଗ ଶିକ୍ଷକ ଓ ସ୍ୱାସ୍ଥ୍ୟକର୍ମୀ

ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଯୋଡ଼ି ହୋଇ କାର୍ଯ୍ୟ କରିବ ଆୟୁଷ୍ମାନ ଯୋଜନା । ଡିସଚାର୍ଜ ପରେ ମିଳିବ ୧୫ ଦିନର ମାଗଣା ଔଷଧ ।

ଓଡ଼ିଶା ଭାସ୍କର: ରାଜ୍ୟ ସରକାର ଆସନ୍ତା ଫେବୃଆରୀରୁ ଆୟୁଷ୍ମାନ ଭାରତ ଲାଗୁ କରିବା ସହ ଏପ୍ରିଲରୁ ଏହାକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକାରୀ କରିବେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମତରେ ଏହି ଯୋଜନା ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ । ଏଥିସହ ରାଜ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରର ରୂପ ବଦଳିଯିବ ଏହା ସାହାଯ୍ୟରେ ।

ଓଡ଼ିଶାର ନିଜସ୍ୱ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଯୋଡ଼ି ହୋଇ କାର୍ଯ୍ୟ କରିବ ଆୟୁଷ୍ମାନ ଯୋଜନା ।

ରାଜ୍ୟର ୧.୦୩ କୋଟି ପରିବାର ଦେଶର ପ୍ରାୟ ୩୦ ହଜାର ହସ୍ପିଟାଲରେ ଚିକିତ୍ସା ହେବାରେ ସୁଯୋଗ ପାଇବେ । ବର୍ତ୍ତମାନ ସମୟରେ ରାଜ୍ୟବାସୀଙ୍କୁ ମାତ୍ର ୯୦୦ ହସ୍ପିଟାଲରୁ ମାଗଣା ଚିକିତ୍ସା ସୁବିଧା ମିଳୁଛି ।
ଏହି ଯୋଜନା ଅର୍ନ୍ତଗତ ପୁରୁଷଙ୍କୁ ୫ ଲକ୍ଷ ଏବଂ ମହିଳାଙ୍କୁ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।

ନିଯୁକ୍ତ ହେବେ ଯୋଗ ଶିକ୍ଷକ: ରୋଗୀଙ୍କୁ ସଠିକ୍ ଚିକିତ୍ସା ସୁବିଧା ଯୋଗାଇଦେବା ଲାଗି ଯୋଜନା ଅନ୍ତର୍ଗତ ଯୋଗ ଶିକ୍ଷକ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଆବଶ୍ୟକତା ରହିଛି । ଆଗାମୀ ଦିନରେ ଏ ପଦବୀ ପାଇଁ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଯେଉଁଥିରେ ଯୋଗ ଶିକ୍ଷକ ଏବଂ ନର୍ସ, ଡାକ୍ତର, କମ୍ପାଉଣ୍ଡର ଇଦ୍ୟାଦି ପଦବୀ ପାଇଁ ଲୋକଙ୍କ ଆପଶ୍ୟକତା ପଡ଼ିବ । ଯେଉଁକାରଣରୁ ଏ କ୍ଷେତ୍ରରେ ଚାକିରି କରିବାକୁ ଚାହହୁଁଥିବା ଲୋକଙ୍କୁ ବଡ଼ ସୁଯୋଗ ଦେବେ ରାଜ୍ୟ ସରକାର ।

ରୋଗୀଙ୍କୁ ୧୯୪୮ ପ୍ରକାର ମେଡିକାଲ ସେବା ସାଙ୍ଗକୁ ଡିସଚାର୍ଜ ପରେ ୧୫ ଦିନର ମାଗଣା ଔଷଧ ମଧ୍ୟ ଦିଆଯିବ । ୭୦ ବର୍ଷରୁ ଅଧିକ ଉଭୟ ଧନୀ ଓ ଗରିବ ଶ୍ରେଣୀର ଲୋକ ଏହାଦ୍ୱାରା ଉପକୃତ ହେବେ ।