fbpx

ମହିଳା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା: ରାତି ଅଧରେ ‘ଆଜାଦୀ ମୋର୍ଚ୍ଚା’ କରିବେ ମହିଳା, ଡାକ୍ତରଙ୍କ ସୁରକ୍ଷା ସହ ସିବିଆଇ ତଦନ୍ତ ଦାବି

କୋଲକାତା: ଥିମିବାର ନାଁ ଧରୁନି କୋଲକାତାର ଆରଜି କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କ ସହ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ମାମଲା । ପଶ୍ଚିମବଙ୍ଗ ସହ ଦେଶବ୍ୟାପି ଡାକ୍ତର ଆନ୍ଦୋଳନ କରୁଛନ୍ତି । ଏହାର ପ୍ରତିବାଦରେ ଆଜି ସାରା ଦେଶରେ ଜୁନିୟର ଡାକ୍ତର ସଂଘ ପକ୍ଷରୁ ଓପିଡି ସେବା ବନ୍ଦ ଡାକରା ଦିଆଯାଇଥିଲା । ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ରେସିଡେଣ୍ଟ ଡାକ୍ଟର ଆସୋସିଏସନ୍ ସହ ଅନ୍ୟ ସରକାରୀ ଓ ବେସରକାରୀ ଡାକ୍ତରମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏହି ମାମଲାରେ ସିବିଆଇ ତଦନ୍ତ ସହ ମୃତ ଡାକ୍ତରଙ୍କ ପରିବାରକୁ ଅନୁକମ୍ପା ରାଶି ଦିଆଯିବା ଓ ସବୁ ଡାକ୍ତରଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ଦାବି କରିଛନ୍ତି ବିକ୍ଷୋଭକାରୀ ।

କୋଲକାତାରେ ହୋଇଥିବା ଏହି ଜଘନ୍ୟ କାଣ୍ଡର ପ୍ରତିବାଦରେ କୋଲକାତାରେ ଅଗଷ୍ଟ ୧୫ ପୂର୍ବରୁ ମହିଳାଙ୍କ ଏକ ‘ଆଜାଦୀ ମୋର୍ଚ୍ଚା’ ପାଇଁ ଘୋଷଣା କରାଯାଇଛି । ଅଗଷ୍ଟ ୧୪କୁ ଏହି ‘ଆଜାଦୀ ମୋର୍ଚ୍ଚା’ରାତି ୧୧ଟା ୫୫ରେ ଆରମ୍ଭ ହେବ । ଏନେଇ ସୋସିଆଲ ମିଡିଆରେ ବିଭିନ୍ନ କାମ୍ପେନ୍ ଏବଂ ପୋଷ୍ଟର ଶେୟାର କରାଯାଉଛି । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଥିବା ବେଳେ କୋଲକାତା ପୋଲିସ କମିଶନର ବିନୀତ ଗୋୟଲ ନିଜେ ଏହି ମାମଲାର ଯାଞ୍ଚ କରୁଛନ୍ତି ।

 

Get real time updates directly on you device, subscribe now.