ଗୁଣୁପୁୂର: ଛାତ୍ରଙ୍କ ମୃତଦେହ ଉଦ୍ଧାର। ଗୁଣୁପୁର ଘରୋଇ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଭିତରୁ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ବିଟେକ୍ କମ୍ପ୍ୟୁଟର ସାଇନ୍ସ ବିଭାଗର ଚତୁର୍ଥ ବର୍ଷର ଛାତ୍ର। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
କାହିଁକି ଛାତ୍ର ଜଣଙ୍କ ଏଭଳି ଚରମ ନିଷ୍ପତି ନେଲେ ସେନେଇ ତଦନ୍ତ କରୁଛି ପୋଲିସ। ପରିବାର ଏବଂ ସାଙ୍ଗସାଥୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଥିବା ସୂଚନା ରହିଛି।