କଟକ: ଆଜି ବଡ଼ ଓଷା । ନଭେମ୍ବର ମାସରେ ବା କାର୍ତ୍ତିକା ଶୁକ୍ଳ ତ୍ରୟୋଦଶୀ ତଥା ପଞ୍ଚୁକର ତୃତୀୟ ଦିନରେ ବଡ଼ ଓଷା ପାଳନ କରାଯାଇଥାଏ । ଧର୍ମମାସ କାର୍ତ୍ତିକର ଏହା ହେଉଛି ଏକ ବଡ଼ ପର୍ବ । ତେବେ ଆଜିର ଦିନରେ ବଡ଼ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବ ଧବଳେଶ୍ୱର । ପ୍ରଭୁ ଧବଳେଶ୍ୱର ମନ୍ଦିରର ଏକ ବହୁପୁରାତନ ପରମ୍ପରା ଭାବେ ଚାଲିଆସୁଛି ଏହି ପର୍ବ । ତେବେ ଆଜିର ଏହି ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ଭୋରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।
ତେବେ ବିଶ୍ୱାସ ରହିଛି ଏହି ଏକାଦଶୀରେ ନିଦ୍ରାଯାଇଥିବା ଦେବତାମାନେ ମଧ୍ୟ ନିଦ୍ରାତ୍ୟାଗ କରିଥାନ୍ତି । ଏପରିକି ପଦ୍ମପୁରାଣରେ ଏହାର ମହାତ୍ମ୍ୟ ମଧ୍ୟ ଉଲ୍ଲେଖ ଅଛି । ପ୍ରବାଦ ରହିଛି, ବ୍ରହ୍ମାଙ୍କ ଅଭିଶାପରୁ ମୁକ୍ତ ହେବା ପାଇଁ ଇନ୍ଦ୍ରଦେବ ପ୍ରଭୁ ଧବଳେଶ୍ୱରଙ୍କ ନିକଟରେ ବଡ଼ ଓଷା ବ୍ରତ ରଖି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ମହାନଦୀରେ ବୁଡ଼ ପକାଇଥିଲେ । ଫଳରେ ବ୍ରହ୍ମାଙ୍କ ଅଭିଶାପ ୪ୟ ହୋଇଥିଲା ବୋଲି ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ରହିଛି । ତେଣୁ ବଡ଼ଓଷା ଏବଂ କାର୍ତ୍ତିକବ୍ରତ କରିଥିବା ଶ୍ରଦ୍ଧାଳୁ ଏବଂ ଭକ୍ତମାନେ ଆଜି ଦବଳେଶ୍ୱର ପୀଠକୁ ଆସି ନିଜର ମନସ୍କାମନା ପୂର୍ଣ୍ଣ କରିବାପାଇଁ ପ୍ରାର୍ଥନା କରିଥାନ୍ତି ।
ତେବେ ଆଜି ଭୋର ୩ଟାରେ ଦ୍ୱାର ଫିଟାଯାଇ ୧୦୮ ଗରା ଜଳରେ ପ୍ରଭୁଙ୍କର ସ୍ନାନ କରାଯାଇଥିଲା । ପରେ ମଇଲମ,ମଙ୍ଗଳ ଆଳତୀ, ଆଦି ସମସ୍ତ ନୀତିକାନ୍ତି ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା । ତେବେ ମଧ୍ୟରାତ୍ରିରେ ଗଜା ଭୋଗ ହେବା ପରେ ଏହି ଭୋଗ ଏବଂ ତରଣ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବିତରଣ କରାଯିବ ।
ଆଜି ମଧ୍ୟ ଧବଳେଶ୍ୱର ପୀଠରେ ବେଶ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଗତକାଲି ପୂଜକ ସମିତି ଧାରଣା ଦେବା କାରଣରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ଥିଲେ । ତେଣୁ ଆଜି ସକାଳୁ ଭକ୍ତମାନେ ମୁଖ୍ୟଦ୍ୱାର ଭାଙ୍ଗି ବାବାଙ୍କୁ ଦର୍ଶନ କରିଛନ୍ତି । ଭିନ ଅଣାୟତ୍ତ ହେବା ଯୋଗୁଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଏତି ସହିତ ନଦୀଘାଟରେ ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ ଏବଂ ମେଡିକାଲ ଟିମ ମଧ୍ୟ ମୁତୟନ କରାଯାଇଛି ।
ଅନ୍ୟପଟରେ ଶ୍ରୀମନ୍ଦିରେ ଜଗନ୍ନାଥ ମଧ୍ୟ ତ୍ରିବିକ୍ରମ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ତେବେ ମହାପ୍ରଭୁଙ୍କର ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।