fbpx

ଡୋନାଲ୍ଡ ଟ୍ରମ୍ପ ଏବଂ ପୁଟିନଙ୍କୁ ନେଇ ବାବା ଭେଙ୍ଗା କରିଛନ୍ତି ଭବିଷ୍ୟବାଣୀ, ଜାଣନ୍ତୁ

ନୂଆଦିଲ୍ଲୀ: ସାରା ଦୁନିଆରେ ଅନେକ ଭବିଷ୍ୟବାଣୀ ରହିଛି, ଯେଉଁଥିରେ ବୁଲଗାରିୟାର ଭବିଷ୍ୟବକ୍ତା ବାବା ଭେଙ୍ଗା ପ୍ରସିଦ୍ଧ ଅଟନ୍ତି । ତାଙ୍କର ଅନେକ ଭବିଷ୍ୟବାଣୀ ଏପର୍ଯ୍ୟନ୍ତ ସତ ପ୍ରମାଣିତ ହୋଇଛି ।
ସେ ନେତ୍ରହୀନ ଥିଲେ । ତାଙ୍କ ଆଖି ୧୨ ବର୍ଷରୁ ଖରାପ ହୋଇଯାଇଥିଲା । ହେଲେ ତାଙ୍କୁ ଦିବ୍ୟ ଦୃଷ୍ଟି ପ୍ରାପ୍ତ ଥିଲା । ଯେଉଁଥିରେ ସେ କେବଳ କିଛି ବର୍ଷ ନୁହେଁ ୫୦୭୯ ବର୍ଷ ପାଇଁ ଭବିଷ୍ୟବାଣୀ କରିଛନ୍ତି ।
୨୦୨୪ ପାଇଁ ବାବ ଭେଙ୍ଗା ଅନେକ ଭୟଙ୍କର ଚେତାବନୀ କରିଥିଲେ । ଯେଉଁଥିରେ ବର୍ତ୍ତମାନ କିଛି ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ନିର୍ବାଚନ ରାଲିରେ ଗୁଳି ଆକ୍ରମଣ ହୋଇଥିଲା, ଯାହା ସାରା ଦୁନିଆରେ ଚର୍ଚ୍ଚାରେ ରହିଛି । ଟ୍ରମ୍ପଙ୍କୁ ଗୁଳି କରି ତାଙ୍କୁ ଜୀବନରୁ ମାରିଦେବା ପାଇଁ ଚେଷ୍ଟା କରାଯାଇଥିଲା ।

ଟ୍ରମ୍ପଙ୍କ ଉପରେ ଆକ୍ରମଣ ପରେ ବାବା ଭେଙ୍ଗାଙ୍କର ଭବିଷ୍ୟବାଣୀ ଖୁବ ଚର୍ଚ୍ଚାରେ ଅଛି । କାରଣ ବାବା ଭେଙ୍ଗା ପ୍ରଥମେ ଟ୍ରମ୍ପଙ୍କ ଉପରେ ଆକ୍ରମଣ କରି ଭବିଷ୍ୟବାଣୀ କରିଥିଲେ । ୨୦୨୪ ପାଇଁ ବାବା ଭେଙ୍ଗା ଏହି ଭବିଷ୍ୟବାଣୀ କରିଥିଲେ, ପୂର୍ବତନ ଆମେରିକା ରାଷ୍ଟ୍ରପତିଙ୍କ ଜୀବନ ବିପଦରେ ରହିବ । ଏଥିସହ ସେ କହିଛନ୍ତି ଯେ, ଟ୍ରମ୍ପଙ୍କୁ ଅନେକ ରହସ୍ୟମୟୀ ରୋଗ ହୋଇପାରେ । ହେଲେ ଟ୍ରମ୍ପଙ୍କ ଉପରେ ଯେତେବେଳେ ଗୁଳି ବାଜିଥିଲା ସେତେବେଳେ ତାଙ୍କ ଜୀବନ ତ ବଞ୍ଚଯାଇଥିଲା ହେଲେ ତାଙ୍କ କାନରୁ ରକ୍ତ ବାହାରୁଥିଲା ।

ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କୁ ନେଇ ମଧ୍ୟ ବାବା ଭେଙ୍ଗା ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି । ବାବା ଭେଙ୍ଗାଙ୍କ ଅନୁସାରେ, ପୁଟିନଙ୍କ ମୃତ୍ୟୁ ହୋଇପାରେ । ବାବା ଭେଙ୍ଗାଙ୍କୁ ଅନୁସାରେ, ପୁଟିନଙ୍କ ମୃତ୍ୟୁର କାରଣ ହତ୍ୟା ହୋଇପାରେ ।

Get real time updates directly on you device, subscribe now.