fbpx

ଆସିବାକୁ ଯାଉଛି ସୌର ଝଡ଼…ନଷ୍ଟ ହୋଇଯିବ କି ପୃଥିବୀ? ଜାଣନ୍ତୁ ୨୦୨୩ର ଏହି ଲୋମ ଟାଙ୍କୁରା ଭବିଷ୍ୟବାଣୀ

ବିଶ୍ୱର ପ୍ରସିଦ୍ଧ ଭବିଷ୍ୟବକ୍ତା ବାବା ଭେଙ୍ଗା ଆଗାମୀ ଦଶନ୍ଧି ଓ ଶତାବ୍ଦୀ ପାଇଁ ଅନେକ ଭବିଷ୍ୟବାଣୀ କରିଛନ୍ତି । ଏହି ଭବିଷ୍ୟବାଣୀଗୁଡ଼ିକ ମଧ୍ୟରୁ ଗୋଟିଏ ଜଗତର ଶେଷ ସହିତ ଜଡିତ ରହିଛି । ବାବା ଭେଙ୍ଗାର ଅନେକ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି । ଏପରି ପରିସ୍ଥିତିରେ, ତାଙ୍କ ଜଗତର ସମାପ୍ତି କିମ୍ବା ବିନାଶର ଭବିଷ୍ୟବାଣୀକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ୨୦୨୩ ବର୍ଷ ପାଇଁ ବାବା ଭେଙ୍ଗା ମଧ୍ୟ ଅନେକ ଭବିଷ୍ୟବାଣୀ କରିଛନ୍ତି । ଏହି ୫ ଟି ଭବିଷ୍ୟବାଣୀ ଏପରି ରହିଛି, ଯାହାର ସତ ହେଲେ ସମଗ୍ର ବିଶ୍ୱ ଓଲଟପାଲଟ ହୋଇଯିବ । ଯଦି ଏହି ଭବିଷ୍ୟବାଣୀଗୁଡ଼ିକ ସତ ହୁଏ, ତେବେ ମାନବଜାତିକୁ ବହୁତ କ୍ଷତି ସହିବାକୁ ପଡ଼ିବ ।

୨୦୨୩ ପାଇଁ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ :-

– ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ଏକ ବଡ ଦେଶ ଜୈବିକ ଅସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିବ । ବର୍ତ୍ତମାନ ୠଷ-ୟୁକ୍ରେନ ଯୁଦ୍ଧ ସମଗ୍ର ଦୁନିଆ ପାଇଁ ବିପଦ ପାଲଟିଛି । ଋଷର ରାଷ୍ଟ୍ରପତି ପୁଟିନ ପରମାଣୁ ବୋମା ବ୍ୟବହାର କରିବାକୁ ଅନେକ ଥର ଧମକ ଦେଇଛନ୍ତି ।

– ବାବା ଭେଙ୍ଗାଙ୍କ କହିବାନୁସାରେ, ୨୦୨୩ ମସିହାରେ ଏକ ସୌର ଝଡ଼ କିମ୍ବା ସୌର ସୁନାମି ହୋଇପାରେ । ଏହି ଝଡ଼ ଫଳରେ ପୃଥିବୀର ଚୁମ୍ବକୀୟ ସୁରକ୍ଷାକୁ ଗୁରୁତର ଭାବରେ କ୍ଷତି ସହିବାକୁ ପଡ଼ିପାରେ ।

– ବାବା ଭେଙ୍ଗାଙ୍କ ଅନୁଯାୟୀ, ୨୦୨୩ ମସିହାରେ ସମଗ୍ର ବିଶ୍ୱରେ ଅନ୍ଧକାର ହୋଇପାରେ । ଏଲିଅନମାନେ ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି ଏବଂ ଏଥିରେ ଲକ୍ଷ ଲକ୍ଷ ଲୋକ ମରିପାରନ୍ତି ।

– ଆଣବିକ ଶକ୍ତି କେନ୍ଦ୍ରରେ ବିସ୍ଫୋରଣ ହୋଇପାରେ, ଯେଉଁ କାରଣରୁ ବିଷାକ୍ତ ବାଦଲ ଏସିଆ ମହାଦେଶରେ ଆସିବ । ଏହି କାରଣରୁ ଦୁନିଆର ଅନେକ ଦେଶ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି ।

– ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୩ ସୁଦ୍ଧା ମଣିଷ ଲାବୋରେଟୋରୀରେ ଜନ୍ମ ହେବ । ସେଠାରୁ ଲୋକଙ୍କ ଚରିତ୍ର, ଚର୍ମର ରଙ୍ଗ ସ୍ଥିର ହେବ । ଅର୍ଥାତ୍ ଜନ୍ମ ପ୍ରକ୍ରିୟା ସଂପୂର୍ଣ୍ଣ ନିୟନ୍ତ୍ରିତ ପ୍ରକ୍ରିୟା ହେବ ।

ବାବା ଭେଙ୍ଗା ୨୦୨୨ ପାଇଁ କରିଥିବା ଭବିଷ୍ୟବାଣୀର ଆଉ ଚାରିଟି ବାକି ଅଛି । ଲୋକମାନେ ଭୟ କରୁଛନ୍ତି ଯେ, ଡିସେମ୍ବର ସୁଦ୍ଧା ଏହା ମଧ୍ୟ ସତ ହୋଇଯିବ । ଏଥିରେ ସାଇବରିଆରୁ ଆଉ ଏକ ମାରାତ୍ମକ ଭାଇରସର ଶୁଭାରମ୍ଭ ହେବା ବୋଲି କୁହାଯାଇଛି । ଏହା ବ୍ୟତୀତ ୨୦୨୨ ରେ ପୃଥିବୀରେ ଏଲିଅନ୍ସଙ୍କ ଆକ୍ରମଣ ହେବ । ଅନେକ ଅଞ୍ଚଳରେ ଲୋକଷ୍ଟ ନାମକ ଏକ ପୋକ ଆକ୍ରମଣ କରିବ ଏବଂ ଶେଷରେ ଭର୍ଚୁଆଲ୍ ରିଆଲିଟିର ଉପଯୋଗ ବଢ଼ିବ । ବାବା ଭେଙ୍ଗା ୧୯୧୧ରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିବା ବେଳେ ମାତ୍ର ୧୨ ବର୍ଷ ବୟସରେ ତାଙ୍କର ଦୃଷ୍ଟିଶକ୍ତି ଚାଲିଯାଇଥିଲା । ବର୍ତ୍ତମାନ ସୁଦ୍ଧା ତାଙ୍କର ୮୫ ପ୍ରତିଶତ ଭବିଷ୍ୟବାଣୀ ସତ ହୋଇସାରିଛି । ୧୯୬୬ରେ ବାବାଙ୍କର ସ୍ତନ କର୍କଟରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପୂର୍ବରୁ ସେ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ମଧ୍ୟରୁ ଅଧିକାଂଶ ସତ୍ୟ ହୋଇଛି । ଏଥିରେ ଆମେରିକା ଉପରେ ଆକ୍ରମଣ ଓ ସୁନାମି ବି ସାମିଲ ରହିଛି ।

Get real time updates directly on you device, subscribe now.