fbpx

(Video) ସତ ହେଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ! ଆରମ୍ଭ ହେଉଛି କି ତୃତୀୟ ବିଶ୍ୱଯୁଦ୍ଧ? କେମିତି ହେବଅନ୍ତ

ପାଲେଷ୍ଟାଇନ-ଇସ୍ରାଏଲ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି ୭ ଦିନରେ ପହଂଚିଲାଣି । ଏହି ମହାଯୁଦ୍ଧରେ ପ୍ରାୟ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ବରଣ କରିଥିବା ବେଳେ ସମ୍ପୂର୍ଣ ଗାଜା ଛାରଖାର ହୋଇ ଆସିଲାଣି । ଗତକାଲି ଗୋଟିଏ ରାତିରେ ହମାସର ୨୦୦ଟି ସ୍ଥାନରେ ଆକ୍ରମଣ କରିଛି ଇସ୍ରାଏଲ । ବର୍ତମାନ ସୁଦ୍ଧା ଇସ୍ରାଏଲ ୨୨୦୦ରୁ ଅଧିକ ସ୍ଥାନକୁ ଟାର୍ଗେଟ୍ କରି ଧ୍ୱଂସ କରିଛି । ହମାସର ମିଲିଟାରୀ ମୁଖ୍ୟଙ୍କ ଘରକୁ ମଧ୍ୟ ଧ୍ୱଂସ କରିଛି ଇସ୍ରାଏଲ ବାୟୁସେନା । ସେହିପରି ଗାଜାରେ ହମାସ ଏବଂ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ୧୫୦ରୁ ଅଧିକ ଇସ୍ରାଏଲ ନାଗରିକ ଏବଂ ସୈନିକଙ୍କୁ ବନ୍ଦୀ କରି ନେଇଛି ବୋଲି ଇସ୍ରାଏଲ କହିଛି । ଏହାକୁ ଦେଖି ଗାଜା ନିକଟ ୧୨ରୁ ଅଧିକ ସହରରୁ ଯୁଦ୍ଧକାଳୀନ ଭିତିରେ ହଜାର ହଜାର ଇସ୍ରାଏଲୀଙ୍କୁ ଖାଲି କରାଯାଉଛି । ଗାଜା ସୀମାରେ ଡ୍ରୋନ୍ ଓ ଟ୍ୟାଙ୍କ ମୁତୟନ କରାଯାଇଛି । ଏଥିରେ କେବଳ ଇସ୍ରାଏଲୀ ନୁହେଁ ବରଂ ଭାରତ ତଥା ଓଡିଶାରୁ ମଧ୍ୟ ଅନେକ ଲୋକ ସେଠି ଫସି ରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।

ଏହାକୁ ଦେଖି ଏବେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ମନେ ପଡିଯାଉଛି, ଯାହା ଅତ୍ୟନ୍ତ ଭୟାନକ । ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ ହୋଇଛି । ତେଣୁ ବର୍ତ୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି, ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ମଧ୍ୟ କ’ଣ ସତ ହେବ କି? ଯଦି ଏହା ହୁଏ ତେବେ ପୃଥିବୀର ବିନାଶ ଘଟିପାରେ । ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ସମସ୍ତେ ବିଶ୍ୱାସ କରନ୍ତି । ବାବା ଭେଙ୍ଗା ଆମେରିକାରେ ଆତଙ୍କବାଦୀ ସଂଗଠନ ଅଲ କାଏଦାର ଆକ୍ରମଣ, ଆଇଏସଆଇଏସର ବୃଦ୍ଧି, ସୋଭିଏତ୍ ୟୁନିଅନର ବିଚ୍ଛିନ୍ନତା ଭଳି ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ସମ୍ପୂର୍ଣ୍ଣ ସତ୍ୟ ପ୍ରମାଣିତ ହୋଇଛି । ବାବା ଭେଙ୍ଗା ଦୁନିଆର ଅନ୍ତ ଠାରୁ ନେଇ ଯୁଦ୍ଧ ଏବଂ ବିପର୍ୟ୍ୟୟ ପର୍ୟ୍ୟନ୍ତ ଅନେକ ଭବିଷ୍ୟବାଣୀ କରିଥିଲେ ।

୨୦୨୩ ବର୍ଷ ପାଇଁ ବାବା ଭେଙ୍ଗା ମଧ୍ୟ ଅନେକ ଭବିଷ୍ୟବାଣୀ କରିଥିଲେ, ଯାହା ଅତ୍ୟନ୍ତ ଭୟାନକ । ଏଥିମଧ୍ୟରୁ ଅନେକ ଏପର୍ୟ୍ୟନ୍ତ ପ୍ରମାଣିତ ହୋଇଛି । ବର୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଠୁହି ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ମଧ୍ୟ କ’ଣ ସତ ହେବ କି? ଯଦି ଏହା ହୁଏ ତେବେ ପୃଥିବୀର ବିନାଶ ଘଟିପାରେ । ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ, ୨୦୨୩ ମସିହାରେ ତୃତୀୟ ବିଶ୍ୱଯୁଦ୍ଧ ହୋଇପାରେ । ଏହା ସହିତ ସେ କହିଥିଲେ ଯେ ପରମାଣୁ ଆକ୍ରମଣ ମଧ୍ୟ ହୋଇପାରେ, ଯାହା ପୃଥିବୀରେ ବିନାଶ ଆଣିପାରେ । ଏବେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଲୋକଙ୍କୁ ଭୟଭୀତ କରିଛି । ବର୍ତମାନ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି, ଏଇଠୁ ଆରମ୍ଭ ହେଉଛି କି ତୃତୀୟ ବିଶ୍ୱଯୁଦ୍ଧ?

Get real time updates directly on you device, subscribe now.