ବାବର ଆଜମ ରଚିଲେ ଇତିହାସ, ଭାଙ୍ଗିଲେ ୱାଲର୍ଡ ରେକର୍ଡ, କୋହଲି ରହିଲେ ପଛରେ

ବାବର ଆଜମ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ କରାଚିରେ ୱାଲର୍ଡ ରେକର୍ଡକୁ ଭାଙ୍ଗିଛନ୍ତି। ସେ ୱାନଡେ କ୍ରିକେଟରେ ୬୦୦୦ ରନ କରି ସବୁଠୁ ଦ୍ରୁତ ବ୍ୟାଟ୍ସମ୍ୟାନ ହୋଇଛନ୍ତି।

ନୂଆଦିଲ୍ଲୀ: ପାକିସ୍ତାନର ଦମଦାର ଖେଳାଳି ବାବର ଆଜମ ଇତିହାସ ରଚିଛନ୍ତି। ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତ୍ରୀକୋଣୀୟ ସିରିଜର ଫାଇନାଲ ମ୍ୟାଚ କରାଚିରେ ଖେଳାଯାଉଛି।

ବାବର ଆଜମ ଏହି ମୁକାବିଲାରେ ୨୯ ରନ କରି ଆଉଟ ହୋଇଯାଇଛନ୍ତି। ହେଲେ ସେ ରନର ୱାଲର୍ଡ ରେକର୍ଡକୁ ଭାଙ୍ଗିଦେଇଛନ୍ତି। ବାବର ଟିମ ଇଣ୍ଡିଆର ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ବାବର ୱାନଡେରେ ସବୁଠୁ ଦ୍ରୁତ ୬୦୦୦ ରନ କରିଥିବା ବ୍ୟାଟ୍ସମ୍ୟାନ ସାଜିଛନ୍ତି।

ବାବର ଭାଙ୍ଗିଲେ ବିରାଟଙ୍କ ରେକର୍ଡ: ୱାନଡେରେ ବିରାଟ କୋହଲି ୧୩୬ ଇଂନିସରେ ୬୦୦୦ ରନ କରିଛନ୍ତି। କିନ୍ତୁ ବାବର ୧୨୩ଟି ଇଂନିସରେ ଏହି ରନ ହାସଲ କରିଛନ୍ତି। ବାବର କୋହଲିଙ୍କ ସହ ୱାର୍ନରଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି।

ୱିଲିୟମସନ ୧୩୯ ଇଂନିସରେ ଏହି ଉପଲବ୍ଧି ହାସଲ କରିଥିଲେ। ୱାର୍ନର ମଧ୍ୟ ୧୩୯ ଇଂନିସରେ ୬୦୦୦ ରନ ପୂରଣ କରିଥିଲେ।

ବାବର ୱାନଡେ ରେ ୧୯ଟି ଶତକ ଏବଂ ୩୪ଟି ଅର୍ଦ୍ଧଶତକ ପୂରଣ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକାର ହାଶିମ ଅମଲା ଏହି ଲିଷ୍ଟରେ ବାବରଙ୍କ ସହ ନମ୍ବର ୧ ସ୍ଥାନରେ ପହଞ୍ଚିଛନ୍ତି।