CHARIDHAM

ଏବେ ଭାଙ୍ଗିବନି ରୋହିତଙ୍କ ଏହି ବିଶ୍ୱ ରେକର୍ଡ, ବାବର ଆଜମଙ୍କୁ ଫଶାଇଦେଲା ପାକିସ୍ତାନ, ଜାଣନ୍ତୁ

ରୋହିତ ଶର୍ମାଙ୍କ ଏହି ବିଶ୍ୱ ରେକର୍ଡ ଅଖଣ୍ଡ ରହିବ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ହାରିବା ପରେ ଏବେ ନୂଆ ସିରିଜର ପ୍ରସ୍ତୁତି ଚଳାଇଛି। ବର୍ତ୍ତମାନ ସାରା ଦୁନିଆର ନଜର ଆଇପିଏଲ ମ୍ୟାଚ ଉପରେ ରହିବ।

ହେଲେ ପାକିସ୍ତାନ ଟିମ ଏହାରି ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ଇଣ୍ଟରନେସନାଲ ମ୍ୟାଚର ସିରିଜ ଖେଳିବ। ଏହାରି ମଧ୍ୟରେ ରୋହିତ ଶର୍ମାଙ୍କର ଏକ ଏଭଳି ବିଶ୍ୱ ରେକର୍ଡ ଅଛି, ଯାହା ବର୍ତ୍ତମାନ ଏହା ଭାଙ୍ଗିବନି ବୋଲି ନଜର ଆସୁଛି।

ଏହାର କାରଣ ସିଧାସଳଖ ଭାବେ ପିସିବି ବୋଲି କୁହାଯାଉଛି। ଆସନ୍ତୁ ଜାଣିବା ଏହି ବିଷୟରେ..

ଟି୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ରନ କରିଥିବା ଖେଳାଳି: ଟି୨୦ ଇଣ୍ଟରନେସନାଲ କ୍ରିକେଟରେ ସବୁଠୁ ଅଧିକ ରନ କରୁଥିବା ବ୍ୟାଟ୍ସମ୍ୟାନ ବର୍ତ୍ତମାନ ରୋହିତ ଶର୍ମା।

ସେ ଏହି ଫର୍ମାଟରେ ଗୋଟିଏ ବର୍ଷରୁ ଅଧିକ ସମୟ ହେଲାଣି ସନ୍ନ୍ୟାସ ନେଇଛନ୍ତିା। ହେଲେ ଏପର୍ଯ୍ୟନ୍ତ ତାଙ୍କର ଏହି ରେକର୍ଡ କେହି କାଟି ପାରିନାହାନ୍ତି। ଏହି ମାମଲାରେ ପାକିସ୍ତାନର ବାବର ଆଜମ ସବୁଠୁ ପାଖରେ ଅଛନ୍ତି।

ଏଥିରେ ରୋହିତ ଶର୍ମା ୧୫୯ ଟି ଟି୨୦ ଇଣ୍ଟରନେସନାଲ ମ୍ୟାଚ ଖେଳି ୪୨୩୧ ରନ କରିଛନ୍ତି, ସେହିପରି ବାବର ଆଜମ ୧୨୮ଟି, ଟି୨୦ ଇଣ୍ଟରନେସନାଲ ମ୍ୟାଚ ଖେଳି ୪୨୨୩ ରନ ନିଜ ନାମରେ କରିଛନ୍ତି। ତେବେ ଏଥିରେ ବାବର ଆଜମ ମାତ୍ର ୯ରନରେ ରୋହିତ ଶର୍ମାଙ୍କୁ କାଟିଦେବେ।

ବାବର ଆଜମ ଆଗାମୀ ସିରିଜରେ ରୋହିତ ଶର୍ମାଙ୍କୁ ପଛରେ ପକାଇଦେଇଥାଆନ୍ତେ। ହେଲେ ପାକିସ୍ତାନ କ୍ରିକେଟ ବୋର୍ଡ ତାଙ୍କୁ ଫଶାଇଦେଇଛି। ପାକିସ୍ତାନ ଟିମ ଯେତେବେଳେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ଟି ମ୍ୟାଚର ସିରିଜ ପାଇଁ ମଇଦାନରେ ଖେଳିବ, ଏଥିରେ ବାବର ଆଜମ ରହିବେ ନାହିଁ।

ତାଙ୍କୁ ଏହି ମ୍ୟାଚ ପାଇଁ ଚୟନ କରାଯାଇନାହିଁ। ବାବର ଆଜମଙ୍କୁ ସଂପୂର୍ଣ୍ଣ ଭାବେ ଟି-୨୦ରୁ ବାହାର କରାଯାଇଛି କିମ୍ବା ତାଙ୍କୁ କିଛି ଦିନ ପାଇଁ ବିରତୀ ଦିଆଯାଇଛି, ତାହା ଜଣାପଡିନାହିଁ।

କାରଣ ସିରିଜ ପରେ ଯେତେବେଳେ ପାକିସ୍ତାନର ଟିମ ନ୍ୟୁଜିଲାଣ୍ଡରେ ୱାନଡେ ସିରିଜ ଖେଳିବ ତେବେ ସେଥିରେ ବାବର ଆଜମଙ୍କ ନାମ ସାମିଲ କରାଯାଇଛି।