fbpx

ମ୍ୟାଚ୍ ମଝିରେ ଏଭଳି ଲଜ୍ୱାଜନକ କାର୍ଯ୍ୟ କଲେ ପାକିସ୍ତାନ ଅଧିନାୟକ, ପୂରା ଦଳକୁ ଦଣ୍ଡିତ କଲେ ଅମ୍ପାୟାର

ନୁଆଦିଲ୍ଲୀ,(ଓଡ଼ିଶା ଭାସ୍କର): ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜ ଚାଲିଛି। ପାକିସ୍ତାନ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ କୁ ୧୨୦ ରନ୍ ରେ ହରାଇ ସିରିଜରେ ୨-୦ରେ ଆଗୁଆ ରହିଛି। ଏହି ମୁକାବିଲରେ ପାକିସ୍ତାନ ବିଜୟ ହାସଲ କରିଥିଲେ ମଧ୍ୟ ଦଳର ଅଧିନାୟକ ମୁକାବିଲା ମଝିରେ ଏପରି କିଛି କରିଥିଲେ, ଯାହାର ମୂଲ୍ୟ ପୂରା ଟିମ୍ କୁ ଦେବାକୁ ପଡ଼ିଥିଲା।

ଦିନିକିଆ ସିରିଜର ଦ୍ୱିତୀୟ ମୁକାବିଲା ଚାଲୁଥିବା ସମୟରେ ସମୟରେ ବାବର କ୍ରିକେଟ୍ ର ନିୟମ ଉଲଂଘନ କରିଥିଲେ। ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କରୁଥିବା ସମୟରେ ୨୯ ତମ ଓଭରରେ ୱିକେଟକିପରଙ୍କ ଗ୍ଲୋବସ୍ ବ୍ୟବହାର କରି ୱିକେଟ୍ ପଛରେ ଥ୍ରୋ ଧରିବାକୁ ପ୍ରୟାସ କରୁଥିବା କ୍ୟାମେରାରେ କଏଦ୍ ହୋଇଯାଇଥିଲା। ଏହାପରେ ଅମ୍ପାୟାର ବାବରଙ୍କୁ ଗ୍ଲୋବସ୍ କାଢିବାକୁ କହିଥିଲେ ଏବଂ ୱେଷ୍ଟଇଣ୍ଡିଜ୍ କୁ ପେନାଲ୍ଟି ରୂପେ ପାଞ୍ଚ ରନ୍ ମିଳିଥିଲା । ତେବେ ବାବରଙ୍କ ଏହି ଭୁଲ୍ ପାଇଁ ତାଙ୍କୁ ପ୍ରଶଂସକ ଖୁବ୍ ଟ୍ରୋଲ୍ କରିଥିଲେ।

କ୍ରିକେଟ୍ ନିୟମ ଅନୁଯାୟୀ ୱିକେଟକିପରଙ୍କ ବ୍ୟତିତ ଅନ୍ୟ ଖେଳାଳି ଫିଲ୍ଡିଂ କରିବା ପାଇଁ ଗ୍ଲୋବସ୍ ବ୍ୟବହାର କରିପାରିବେ ନାହିଁ। ଏହା ସହିତ ହାତ କିମ୍ବା ଆଙ୍ଗୁଠି ସୁରକ୍ଷା କେବଳ ଅମ୍ପାୟାରଙ୍କ ସହମତିରେ ପିନ୍ଧାଯାଇପାରେ। ଯଦି ଜଣେ ଖେଳାଳି ଏହା କରନ୍ତି, ତେବେ ବ୍ୟାଟିଂ ଦଳକୁ ଅତିରିକ୍ତ ପାଞ୍ଚ ରନ୍ ଦିଆଯାଏ।

ଏହି ମ୍ୟାଚରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାବର ଆଜାମଙ୍କ ୭୭ ଏବଂ ଇମାମ-ଉଲ-ହକଙ୍କ ୭୨ ରନ ବଳରେ ଦଳ ୨୭୫ ରନ୍ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ୍ ଦଳ ଏହି ସ୍କୋରର ଜବାବରେ କେବଳ ୧୫୫ ରନ୍ ସ୍କୋର କରିପାରିଥିଲା ​​ଏବଂ ମ୍ୟାଚରେ ୧୨୦ ରନ୍ ବ୍ୟବଧାନରେ ପରାସ୍ତ ହୋଇଥିଲା। ମହମ୍ମଦ ନୱାଜ ପାକିସ୍ତାନ ପାଇଁ ସର୍ବାଧିକ ଚାରିଟି ୱିକେଟ୍ ନେଇଥିଲେ।

Get real time updates directly on you device, subscribe now.