fbpx

(Video) ବାବର ହରାଇବେ ଅଧିନାୟକ ପଦ: ବିଶ୍ୱକପରୁ ବିଦା ହେବା ପରେ ହେବ କି ପୁରୁଣା ପାଠର ପୁନରାବୃତ୍ତି?

Advertisement

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମର ବିଶ୍ୱ ଟ୍ରଫି ସ୍ୱପ୍ନକୁ ଭାଙ୍ଗି ଦେଇଛି ଆମେରିକା । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଦଳର ମନୋବଳ ଭାଙ୍ଗି ଦେଇଥିଲା । ଏହାପରେ ବର୍ଷା ମଧ୍ୟ ପକ୍ ସେନା ଉପରେ ଦାଉ ସାଧିଲା । ଫଳରେ ବିଶ୍ୱକପର ଗ୍ରୁପ ଷ୍ଟେଜରୁ ହିଁ ବିଦା ହୋଇଛି ପାକିସ୍ତାନ ଟିମ୍ । ଏହାପରେ ସାରା ବିଶ୍ୱର କ୍ରିକେଟପ୍ରେମୀ ପାକିସ୍ତାନକୁ ଟ୍ରୋଲ କରିବାରେ ବ୍ୟସ୍ତ । କିନ୍ତୁ ଏହାଭିତରେ ଗୋଟିଏ ବିଷୟ ଉପରେ ଖୁବ ଆଲୋଚନା ହେଉଛି । ବିଶ୍ୱକପରୁ ବାଦ୍ ପଡ଼ିବା ପରେ ବାବରଙ୍କ ସହ ‘ପୁରୁଣା ପାଠର ପୁନରାବୃତ୍ତି’ କରିବ କି ପାକିସ୍ତାନ କ୍ରିକେଟ ବୋର୍ଡ ? ପୁଣିଥରେ ବାବରଙ୍କ ହାତରୁ ଛଡ଼ାଇ ନେବ କି ଅଧିନାୟକ ପଦ?

ଟି୨୦ ବିଶ୍ୱକପେରେ ପାକିସ୍ତାନ ଟିମ୍ ବାବର ଆଜମଙ୍କ ନେତୃତ୍ୱରେ ଗ୍ରୁପ ଷ୍ଟେଜରୁ ବାଦ୍ ପଡ଼ିଛି । ଯାହା ପରେ ଟିମ ପାଇଁ ଆୟରଲାଣ୍ଡ ବିପକ୍ଷରେ ହେବାକୁ ଥିବା ଅନ୍ତିମ ଗ୍ରୁପ ଷ୍ଟେଜ ମୁକାବିଲାର କିଛି ଗୁରୁତ୍ୱ ନାହିଁ । ପାକିସ୍ତାନ ଏବେ ବିଶ୍ୱକପରୁ ଆଉଟ ହେବା ପରେ ତାକୁ ନେଇ ଚାରିଆଡେ ଚର୍ଚ୍ଚା ଆଲୋଚନା ହେଉଛି । ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ବଡ଼ ନିଷ୍ପତି ନେଇପାରେ ବୋଲି ଆଲୋଚନା ହେଉଛି । ବର୍ତମାନର ଅଧିନାୟକ ବାବର ଆଜମଙ୍କ ହାତରୁ ନେତୃତ୍ୱ ଛଡାଇ ନେଇ ବୋର୍ଡ ନୂଆ ଅଧିନାୟକ ବାଛିବ ବୋଲି ଜାଣିବାକୁ ମିଳୁଛି । ତେବେ ନୂଆ ଅଧିନାୟକ ଭାବେ ଭାରତୀୟ ଟିମର ଷ୍ଟାର କ୍ରିକେଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଶତ୍ରୁଙ୍କୁ ଚୟନ କରିଥିବା ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଛି ।

ଦିନିକିଆ ବିଶ୍ୱକପ୍ ୨୦୨୩ରେ ଗ୍ରୁପ ଷ୍ଟେଜରୁ ବାଦ୍ ପଡ଼ିବା ପରେ ବାବର ଆଜମ୍ ତିନୋଟି ଫର୍ମାଟର ନେତୃତ୍ୱ ପଦରୁ ଇସ୍ତଫା ଦେଇଥିଲେ । ସେହି ସମୟରେ ବୋର୍ଡ ଟେଷ୍ଟ ଅଧିନାୟକ ଭାବେ ଶାନ ମସୁଦଙ୍କୁ ନିଯୁକ୍ତ କରିଥିଲା । ଶାନ ମସୁଦଙ୍କ ନେତୃତ୍ୱରେ ଦଳକୁ ଅଷ୍ଟ୍ରେଲିଆ ଗସ୍ତରେ କ୍ଲିନ ସ୍ୱିପର ସାମ୍ନା କରିବାକୁ ପଡିଥିଲା । ତେଣୁ ବାବର ସୀମିତ ଓଭରରେ ପୁଣିଥରେ ନେତୃତ୍ୱ ନେବା ପରେ ଟେଷ୍ଟରେ ମଧ୍ୟ ଅଧିନାୟକ ଭାବରେ କମବ୍ୟାକ କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଟି୨୦ ବିଶ୍ୱକପରେ ଦଳର ଖରାପ ପ୍ରଦର୍ଶନ ପରେ ବାବରଙ୍କ ଜାଗାରେ ଶାନ ମସୁଦ ହିଁ ଟେଷ୍ଟ ଟିମର ଅଧିନାୟକ ହେବେ ବୋଲି କୁହାଯାଉଛି ।

ଅଗଷ୍ଟରେ ପାକିସ୍ତାନ ଟିମ ୨ ଟେଷ୍ଟ ମ୍ୟାଚ ଖେଳିବା ପାଇଁ ବାଂଲାଦେଶ ଗସ୍ତ କରିବ । ଏହି ସିରିଜ ବାବର ଆଜମ ଦଳର ନେତୃତ୍ୱ ନେବେ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ରିପୋର୍ଟ ହିସାବରେ, ବାବରଙ୍କ ବଦଳରେ ଶାନ ମସୁଦ ହିଁ ଟେଷ୍ଟ ଟିମର ଅଧିନାୟକ ଦାୟିତ୍ୱରେ ରହିବେ ବୋଲି ସ୍ପଷ୍ଟ ହୋଇଛି । ତେବେ ପାକିସ୍ତାନ କ୍ରିକେଟ ବୋର୍ଡ, ନିକଟରେ ଟିମ ପାଇଁ ଦୁଇ ଜଣଙ୍କ ନୂଆ ହେଡ କୋଚ୍ ଭାବେ ନିଯୁକ୍ତ କରଛି । ତେବେ ଆଗକୁ ପାକିସ୍ତାନ କ୍ରିକେଟବୋର୍ଡ ଏବଂ ଖେଳାଳିଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି ।

Get real time updates directly on you device, subscribe now.