fbpx

ଅନୁଷ୍କା ଶର୍ମାଙ୍କ ଫିଲ୍ମରୁ ସିନେମା ଜଗତରେ ଡେବ୍ୟୁ କରିବେ ବାବିଲ ଖାନ?

ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି ବଲିଉଡର ଭେଟେରାନ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନ । ନିକଟରେ ଇରଫାନଙ୍କ ମୃତ୍ୟୁ ହୋଇଥିଲା, ମୃତ୍ୟୁ ପରେ ବାବିଲ ପିତାଙ୍କ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବା ସହ, ବାପାଙ୍କ ସ୍ମୃତିକୁ ମନେ ପକାଉଛନ୍ତି । ସେ ନିଜ ବାପାଙ୍କୁ ଖୁବ ଭଲ ପାଉଥିଲେ ଏବଂ ସେ ମଧ୍ୟ ନିଜ ବାପାଙ୍କ ଭଳି ଜଣେ କଳାକାର ହେବାକୁ ଇଚ୍ଛା ରଖିଛନ୍ତି । ତେବେ ସେ ଖୁବଶୀଘ୍ର ଚଳଚ୍ଚିତ୍ର ଜଗତରେ ପାଦ ରଖୁଥିବା ନେଇ ସୂଚନା ଦେଇଛନ୍ତି ।
ବାବିଲ ଖାନ ଖୁବଶୀଘ୍ର ଅଭିନୟ ଜଗତରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିପାଇଁ ସେ ନିଜର ଡେବ୍ୟୁ ପ୍ରୋଜେକ୍ଟର ପ୍ରଥମ କାର୍ଯ୍ୟସୂଚୀକୁ ପୁରା କରିସାରିଥିବା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ବାବିଲ ନିଜ ବନ୍ଧୁଙ୍କ ସହ ଏକ ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି “ମୁଁ ମୋର ପ୍ରଥମ ସୁଟିଙ୍ଗ୍ କାର୍ଯ୍ୟସୂଚୀ ପୁରା କରିଛି । ଏଥିରେ ମୋର ପିଲାଦିନର ସାଙ୍ଗ ମଧ୍ୟ ରହିଛନ୍ତି । ଏହି ପ୍ରକ୍ରିୟାରେ, ମୁଁ ଶିଖିଲି ଯେ ତୁମର ମୂଲ୍ୟ ମନେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,ତୁମେ ଏକ କାହାଣୀର ଅଂଶ ଏବଂ କାହାଣୀ ସବୁବେଳେ ତୁମଠାରୁ ବଡ଼ ହେବ (ତୁମେ ଜଣେ ଅଭିନେତା ହୋଇଥାଅ କି ନା ) ।”


ସୂଚନା ଅନୁଯାୟୀ ବାବିଲ ଖାନ, ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ ହାଉସ “କ୍ଲିନ ସ୍ଲେଟ” ବ୍ୟାନରରେ ତିଆରି ଫିଲ୍ମ ‘କଳା’ ରେ କାମ କରୁଛନ୍ତି, ଏହି ଫିଲ୍ମରେ ବାବିଲ ଖାନଙ୍କ ସହିତ ‘ବୁଲବୁଲ’ଫିଲ୍ମର ଅଭିନେତ୍ରୀ ତୃପ୍ତି ଡିମ୍ରି ମଧ୍ୟ ନଜର ଆସିବେ । ନିକଟରେ ତୃପ୍ତି ଏହି ନୂତନ ଫିଲ୍ମର ଅପଡେଟ ଇନଷ୍ଟାଗ୍ରାମରେ ଦେଇଥିଲେ । ଏଥିରେ ସେ ଫିଲ୍ମ ଟିମ୍ ସହ ବାବିଲଙ୍କୁ ମଧ୍ୟ ଟ୍ୟାଗ କରିଥିଲେ । ମାତ୍ର ପରେ ସେହି ପୋଷ୍ଟକୁ ଡିଲିଟ କରିଦେଇଥିଲେ ।
ନିକଟରେ ବାବିଲ ଖାନଙ୍କର ଫିଲ୍ମଫେୟାର ୨୦୨୧ର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିରେ ଇରଫାନକୁ ଫିଲ୍ୱଫୋୟାରରେ ପୁରସ୍କାର ମିଳିଥିବାକୁ ନେଇ ସେ କାନ୍ଦି ପକାଇଥିଲେ । ଇରଫାନଙ୍କ ଫ୍ୟାନ୍ସ ମଧ୍ୟ ଭାବବିହ୍ୱଳ ହୋଇପଡିଥିଲେ । ବାବିଲ କାନ୍ଦି କାନ୍ଦି ଯାଇ ବାପାଙ୍କ ପୁରସ୍କାର ଗ୍ରହଣ କରୁଥିବାର ଭିଡିଓ ଖୁବ ଭାଇରାଲ ହୋଇଥିଲା ।
ସୂଚନାଥାଉକି, ଫିଲ୍ମଫେୟାର ଆୱାର୍ଡ ୨୦୨୧ରେ ଇରଫାନଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଏବ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଥିଲା । ତାଙ୍କର ଅଭିନୀତ ଶେଷ ଫିଲ୍ମ ‘ଅଂରେଜି ମିଡିୟମ’ପାଇଁ ତାଙ୍କୁ ବେଷ୍ଟ ଆକ୍ଟରର ଫିଲ୍ମଫେୟାର ଆୱାର୍ଡ ସମ୍ମାନ ଦିଆଯାଇଥିଲା । ବାପାଙ୍କ ଏହି ଆୱାର୍ଡ ନେବାପାଇଁ ପୁଅ ବାବିଲ ଆୱାର୍ଡ ସୋ ରେ ପହଞ୍ଚିଥିଲେ । ଆୱାର୍ଡ ନେବାପରେ ସେ ଏକ ପୋଷ୍ଟ କରିଥିଲେ କି “ବାପା କହୁଥିଲେ କି ମଣିଷ ଚାଲିଯାଏ ହେଲେ ତାର କଳା ସବୁବେବେଳେ ମନେ ରହିଥାଏ ।

Get real time updates directly on you device, subscribe now.