fbpx

ତୁଟିଲା ବିବାଦ: କପିଲ ଶର୍ମା ଶୋ’କୁ ଫିଲ୍ମ ପ୍ରମୋସନ ପାଇଁ ଆସିବେ ବଚ୍ଚନ ପାଣ୍ଡେ

Advertisement

ମୁମ୍ବାଇ: ଖିଲାଡି ଷ୍ଟାର ଅକ୍ଷୟ କୁମାର ଏବଂ କମେଡି କିଙ୍ଗ କପିଲ ଶର୍ମାଙ୍କ ମଧ୍ୟରେ ଥିବା ବିବାଦର ଶେଷ ହୋଇଛି । ଏବେ କପିଲଙ୍କ କମେଡି ଶୋ'(ଦ କପିଲ ଶର୍ମା ଶୋ)ରେ ନଜର ଆସିବେ ବଚ୍ଚନ ପାଣ୍ଡେ ଫିଲ୍ମର ଷ୍ଟାର କାଷ୍ଟ । ୧୮ ମାର୍ଚ୍ଚରେ ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ରର ପ୍ରମୋସନ ପାଇଁ କପିଲଙ୍କ ଘରକୁ ଫେରିବେ ସୁପରଷ୍ଟାର ଅକ୍ଷୟ କୁମାର । ସବୁ ବାଦ ବିବାଦକୁ ଏଡାଇ ପୁଣି ଥରେ ଦେଖିବାକୁ ମିଳିବ ଅକ୍ଷୟ-କପିଲ ଯୋଡି । ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ନିଜେ କପିଲ ଶର୍ମା ।

 

ଅତରଙ୍ଗୀ ମୋଭିର ପ୍ରମୋସନ ବେଳେ ପ୍ରଧାନମନ୍ତ୍ରୀଙ୍କ ଇଣ୍ଟରଭ୍ୟୁକୁ ନେଇ ମଜାକ କରାଯାଇଥିଲା । ଯାହାକୁ ନେଇ ସୋଶଲ ମିଡିଆରେ ଖୁବ ଚର୍ଚ୍ଚା ହୋଇଥିଲା । ତେବେ ଏହି ସିନକୁ ପ୍ରସାରଣ ନ କରିବା ପାଇଁ ଅନୁରୋଧ କରିଥିଲେ ଅକ୍ଷୟ । କିନ୍ତୁ ତାହା ପ୍ରସାରିତ ହୋଇଥିଲେ । ଯାହାକୁ ନେଇ ଅସନ୍ତୋଷ ହୋଇଥିଲେ ଅକ୍ଷୟ କୁମାର । ତେବେ ସାମାନ୍ୟ ଭୁଲ ବୁଝାମଣା ଯୋଗୁଁ ଏପରି ହୋଇଥିଲା, ଯାହାର ସମାଧାନ କରି ସାରିଛନ୍ତି ଖିଲାଡି ଷ୍ଟାର । ତେଣୁ ଖୁବ ଶୀଘ୍ର ସେ ଅକ୍ଷୟଙ୍କ ସହିତ ବଚ୍ଚନ ପାଣ୍ଡେର ପ୍ରମୋସନ ପାଇଁ ଏପିସୋଡ ଶୁଟିଙ୍ଗ କରିବେ ବୋଲି କପିଲ କହିଛନ୍ତି । ସେପଟେ ଅନେକ ୟୁଜର୍ସ ପ୍ରଧାନମନ୍ତ୍ରୀଙ୍କୁ ନେଇ କମେଡି କରିବାକୁ ଠିକ ନୂୁହେଁ ବୋଲି ଦର୍ଶାଇଛନ୍ତି ।

Get real time updates directly on you device, subscribe now.