fbpx

ଏହି ଭିଟାମିନର ଅଭାବରୁ ବଢ଼ିଥାଏ Bad Cholesterol, ସେଥିପାଇଁ ଖାଆନ୍ତୁ ଏସବୁ ଖାଦ୍ୟ

ନୂଆଦିଲ୍ଲୀ: ବ୍ୟାଡ୍ କୋଲେଷ୍ଟ୍ରଲ ବଢିବା କାରଣରୁ ଶରୀର ହୃଦରୋଗର ଶିକାର ହୋଇଥାଏ । ଏଭଳି ପରିସ୍ଥିତିରେ ଲୋକମାନେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଖରାପ ଜୀବନଶୈଳୀକୁ ଦାୟୀ କରନ୍ତି ଏବଂ ଏହା ମଧ୍ୟ ଯୁକ୍ତିଯୁକ୍ତ । ଅନିୟମିତ ଖାଇବା ଅଭ୍ୟାସ, ଜଙ୍କଫୁଡ୍, ଅତ୍ୟଧିକ ମଦ୍ୟପାନ ଏବଂ ବ୍ୟାୟାମ ର ଅଭାବ କାରଣରୁ ଖରାପ କୋଲେଷ୍ଟ୍ରଲ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ ଏହା ପଛରେ ଜୀବନଶୈଳୀ ଏକମାତ୍ର କାରଣ ନୁହେଁ ।

ଭିଟାମିନ୍ ବି୩ ଅର୍ଥାତ୍ ନିଆସିନ୍ ର ଅଭାବ ରୁ ବ୍ୟାଡ୍ କୋଲେଷ୍ଟ୍ରଲ ମଧ୍ୟ ବୃଦ୍ଧି ପାଇଥାଏ। ଆସନ୍ତୁ ଜାଣିବା କୋଲେଷ୍ଟ୍ରଲରେ ଭିଟାମିନ୍ ବି୩ କିପରି କାମ କରେ, ଅନ୍ୟ ଉପାୟରେ ଏହା କିପରି ଲାଭଦାୟକ ଏବଂ ଏହାର ଖାଦ୍ୟ ଉତ୍ସ କ’ଣ? ଭିଟାମିନ୍ ବି୩ ବା ନିଆସିନ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଜରୁରୀ। ଆପଣ ଏହି ଭିଟାମିନକୁ ଆପଣଙ୍କ ଖାଦ୍ୟରୁ ପାଆନ୍ତି, କିନ୍ତୁ ଏହାକୁ ପର୍ଯ୍ୟାପ୍ତ ପରିମାଣରେ ନ ମିଳିବା ଦ୍ୱାରା ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇପାରେ ।

କୋଲେଷ୍ଟ୍ରଲ ଓ ହୃଦ୍ ରୋଗର ଆଶଙ୍କା କମାଇବା ପାଇଁ ଭିଟାମିନ ବି୩ ର ବ୍ୟବହାର କରାଯାଏ । ରକ୍ତଚାପ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । ଭିଟାମିନ ବି୩ ଏଚଡିଏଲ ବା ଗୁଡ୍ କୋଲେଷ୍ଟ୍ରଲକୁ ବଢାଇଥାଏ ଏବଂ ଟ୍ରାଇଗ୍ଲିସେରାଇଡକୁ କମ କରିଥାଏ । ଟ୍ରାଇଗ୍ଲିସେରାଇଡ୍ କମ୍ କରିବା ପାଇଁ ନିଆସିନ୍ ଦୀର୍ଘ ଦିନ ଧରି ବ୍ୟବହୃତ ହୋଇଆସୁଛି।

  • ଏଲ୍ ଡିଏଲ୍ କୋଲେଷ୍ଟ୍ରଲ୍ ହ୍ରାସ କରିଥାଏ: ନିଆସିନ୍ ଯକୃତରେ ଲୋ-ଡେନସିଟି ଲିପୋପ୍ରୋଟିନ୍ (ଏଲ୍ଡିଏଲ୍) କୋଲେଷ୍ଟ୍ରଲ୍ ଉତ୍ପାଦନକୁ ହ୍ରାସ କରିଥାଏ, ଯାହା ରକ୍ତ ପ୍ରବାହରେ ବ୍ୟାଡ୍ କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।
  • ଏଚଡିଏଲ କୋଲେଷ୍ଟ୍ରଲ ବଢାଇଥାଏ: ନିଆସିନ ହାଇ ଡେନସିଟି ଲିପୋପ୍ରୋଟିନ (ଏଚଡିଏଲ) କୋଲେଷ୍ଟ୍ରଲକୁ ବଢାଇଥାଏ, ଯାହା ଆପଣଙ୍କ ଧମନୀରୁ ଏଲଡିଏଲ କୋଲେଷ୍ଟ୍ରଲକୁ ହଟାଇବାରେ ସାହାଯ୍ୟ କରିଥାଏ ।
  • ଟ୍ରାଇଗ୍ଲିସେରାଇଡ୍ କମ୍ କରିଥାଏ: ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧି ହୃଦ୍ ରୋଗର କାରଣ ହୋଇପାରେ ଏବଂ ନିଆସିନ୍ ପ୍ରଭାବଶାଳୀ ଭାବରେ ରକ୍ତରେ ଥିବା ଏହି ବ୍ୟାଡ୍ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ ।
  • ପ୍ଲାକ୍ ଉତ୍ପାଦନକୁ ରୋକିଥାଏ: ଆପଣଙ୍କ ଲିପିଡ୍ ପ୍ରୋଫାଇଲରେ ଉନ୍ନତି ଆଣି, ନିଆସିନ୍ ଆପଣଙ୍କ ଧମନୀରେ ପ୍ଲାକ୍ ନିର୍ମାଣକୁ ରୋକିବାରେ ସାହାଯ୍ୟ କରେ, ଯାହା ଦ୍ୱାରା ହୃଦ୍ଘାତ ଏବଂ ଷ୍ଟ୍ରୋକ୍ ହେବାର ଆଶଙ୍କା ହ୍ରାସ ପାଇଥାଏ ।
  • ଭିଟାମିନ୍ ବି୩୦ ଯୁକ୍ତ ଖାଦ୍ୟ ଉତ୍ସକୁ ଖାଦ୍ୟରେ ସାମିଲ କରନ୍ତୁ: ଚିକେନ୍, ଟର୍କି, ଟୁନା, ଛତୁ, ବ୍ରାଉନ୍ ରାଇସ୍ ଏବଂ ଚିନାବାଦାମ ଭଳି ଭିଟାମିନ୍ ବି୩ ଯୁକ୍ତ ଖାଦ୍ୟକୁ ଖାଦ୍ୟରେ ସାମିଲ କରନ୍ତୁ। ଏହି ନାଇସିନ୍ ଯୁକ୍ତ ଖାଦ୍ୟକୁ ଖାଦ୍ୟରେ ସାମିଲ କରିବା ଦ୍ୱାରା ବ୍ୟାଡ୍ କୋଲେଷ୍ଟ୍ରଲକୁ ଶୀଘ୍ର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

 

Get real time updates directly on you device, subscribe now.