ପାପ ଓ ପୁଣ୍ୟ ସମସ୍ତଙ୍କର ଭଗବାନ ହିଁ ନିରୂପଣ କରିଥାନ୍ତି । କଥାରେ ଅଛି ଭଗବାନଙ୍କ ବିନା ଗଛର ପତ୍ର ମଧ୍ୟ ଚଳନ କରିନଥାଏ । ଭଗବାନ ସମସ୍ତଙ୍କ କର୍ମକୁ ଦେଖି ଫଳ ଦେଇଥାନ୍ତି । ଭଲ କର୍ମ କଲେ ପୁଣ୍ୟ ଓ ଖରାପ କାର୍ଯ୍ୟ କଲେ ପାପ ହୋଇଥାଏ ବୋଲି ବିଶ୍ୱାସ ଅଛି ।
ସଂସାରରେ ପ୍ରାଣୀମାନେ ସମସ୍ତେ ଉଣା ଅଧିକେ ପାପ ଓ ପୁଣ୍ୟର ଭାଗିଦାର ହୋଇଥାନ୍ତି । କିନ୍ତୁ ସମସ୍ତଙ୍କ କାର୍ଯ୍ୟରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ସେହି କାର୍ଯ୍ୟକୁ ନେଇ ସମସ୍ତିଙ୍କ ପାପ ଓ ପୁଣ୍ୟ କଳନା କରାଯାଇଥାଏ । ଏହା ଲୋକଙ୍କର ଭାବନା ଥାଏ । କିନ୍ତୁ ସମସ୍ତେ ପୁଣ୍ୟକୁ ଆପଣାଇବାକୁ ଚାହାନ୍ତି । କାରଣ କଥାରେ ଅଛି ପୁଣ୍ୟ କଲେ ସ୍ୱର୍ଗକୁ ଯିବା ପାଇଁ ସିଡ଼ି ମିଳେ ଓ ଦେବତାମାନଙ୍କ ଦର୍ଶନ ମିଳେ । ପାପ କଲେ ମୃତ୍ୟୁ ପରେ ନର୍କକୁ ଯିବାକୁ ପଡ଼େ ବୋଲି ଲୋକଙ୍କର ଭାବନା ଥାଏ । ଲୋକମାନେ ସବୁ ପ୍ରକାରର କାର୍ଯ୍ୟ କରିଥାନ୍ତି ସେ ପାପର ହେଉ କି ପୁଣ୍ୟର ହେଉ । କୁହାଯାଏ ପାପ କରି ନର୍କକୁ ଗଲେ ସେଠି ତେଲ କଡ଼େଇରେ ସମସ୍ତଙ୍କୁ ପକାଯାଏ । କଥାରେ ଅଛି ଭାଗ୍ୟରେ ଯାହା ଥିବ ଓ ଆମେ ଯାହା କରୁଛେ ତାହା ଭଗବାନଙ୍କ ଦ୍ୱାରା ଘଟୁଛି । ମଣିଷ ତାହା ସତଚେଷ୍ଟା କଲେ ମଧ୍ୟ ବଦଳାଇ ପାରିବ ନାହିଁ । ଆମ ହାତରେ ହେଉଥିବା ପାପ କିମ୍ବା ପୁଣ୍ୟ ସବୁ ସେଇ ହର୍ତା କର୍ତା ଭଗବାନଙ୍କ ଦ୍ୱାରା ଘଟୁଛି । ଅନେକ କହିଥାନ୍ତି କରାଯାଇଥିବା କର୍ମ ହିଁ ବର୍ତ୍ତମାନ ଜୀବନରେ ଭୋଗିବାକୁ ପଡ଼ିଥାଏ । ଏହିପରି ଅନ୍ଧବିଶ୍ୱାସ ସମସ୍ତଙ୍କ ମନରେ ରହିଛି ।
ପର ଧନ ପ୍ରାପ୍ତ କରିବାର ଯୋଜନା କରିବା ବା ହାସଲ କରିବା ହେଉଛି ପାପ । ବିନା ପରିଶ୍ରମରେ ଟଙ୍କା ଉପାର୍ଜନା କରିବା ।
ଯେଉଁ କର୍ମ କରିବା ଉଚିତ ନୁହେଁ ସେ କାମ କରିବାକୁ ମନ ବଳାଇବା ବି ପାପ ଅଟେ । ଯେଉଁ କର୍ମ ଅନ୍ୟର ଭାବନାକୁ କଷ୍ଟ ପହଞ୍ଚାଇଥାଏ ସେପରି କାମ କରିବାକୁ ମଧ୍ୟ ପାପ କୁହାଯାଏ ।
ଜୀବ, ଆତ୍ମା ପରମାତା୍ମ ଆଦିରେ ଶ୍ରଦ୍ଧା ନରଖି କେବଳ ଶାରୀରିକ ସୁଖକୁ ସର୍ବସ୍ୱ ମାନିବାକୁ ମଧ୍ୟ ପାପ କୁହାଯାଏ ।
ଅନ୍ୟକୁ କଷ୍ଟ ଦେଲା ଭଳି କଥା କହିବା କିମ୍ବା ମିଥ୍ୟା ଭାଷଣ ଦେବା ମଧ୍ୟ ପାପର ଅର୍ନ୍ତଭୁକ୍ତ । କାହାକୁ ଆଘାତ ଦେଲା ଭଳି କଥା କହିବା ଦ୍ୱାରା ପାପ ହୋଇଥାଏ ।
ପର ନିନ୍ଦା କରିବା ମଧ୍ୟ ପାପ ହୋଇଥାଏ ଓ କାହାର ଖରାପ ଚିନ୍ତା କରିବା ଦ୍ୱାରା ମଧ୍ୟ ଆମର ପାପର ଭାର ବଢ଼ି ଯାଇଥାଏ ।
ମନ, କର୍ମ ବଚନ ଦ୍ୱାରା କାହାରିକୁ ଦୁଃଖ ଦେବା ମଧ୍ୟ ପାପ ହୋଇଥାଏ ।
ସେହିପରି ଅନ୍ୟକୁ ସାହାଯ୍ୟ କରିବା ପୁଣ୍ୟ ହୋଇଥାଏ। ଖରାପ ଚିନ୍ତା ଧାରାରୁ ଦୁରେଇ ରହିବା।