fbpx

ବଡ଼ ମଙ୍ଗଳବାର ଦିନ କରନ୍ତୁ ଏହି ଉପାୟ, ହନୁମାନ ଏବଂ ଶନିଦେବ ହେବେ ଖୁସି

Advertisement

ଓଡ଼ିଶା ଭାସ୍କର: ୨୮ ମେ’ ଅର୍ଥାତ ଆଜି ଜ୍ୟେଷ୍ଠ ମାସର ପ୍ରଥମ ବଡ଼ ମଙ୍ଗଳବାର । ଏହାକୁ ଜ୍ୟେଷ୍ଠ ମଙ୍ଗଳ ମଧ୍ୟ କୁହାଯାଏ । ପ୍ରତି ବର୍ଷ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଦିନ ବଡ ମଙ୍ଗଳବାର ପାଳନ କରାଯାଇଥାଏ । ଏହି ଦିନ ପ୍ରଭୁ ହନୁମାନଙ୍କ ବୃଦ୍ଧ ରୂପ ପୂଜା କରାଯାଇଥାଏ । ବିଶ୍ୱାସ ଅନୁଯାୟୀ, ଏହି ପୂଜା କରିବା ଦ୍ୱାରା ଜୀବନରେ ସମସ୍ତ ଦୁଃଖ ଦୂର ହୋଇଥାଏ । ଏହି ଦିନ କିଛି ଖାସ ଉପାୟ କରିବା ଦ୍ୱାରା ଶନି ଦେବଙ୍କର ମଧ୍ୟ କୃପା ମିଳିଥାଏ । ଆସନ୍ତୁ ଜାଣିବା ପୂଜା ବିଷୟରେ..

-ବଡ଼ ମଙ୍ଗଳବାର ଦିନ ହନୁମାନ ମନ୍ଦିରକୁ ଯାଇ ବଜରଙ୍ଗବାଲୀଙ୍କୁ ସିନ୍ଦୁର ଚଢାନ୍ତୁ । ଏହାଦ୍ୱାରା ହନୁମାନଙ୍କ ଅର୍ଶୀବାଦ ମିଳିବା ସହ ଶନି ଦେବଙ୍କର ମଯ୍ୟ କୃପା ମିଳିଥାଏ । ଏହି ଦିନ ସୁନ୍ଦରକାଣ୍ଡର ପାଠ କରନ୍ତୁ । ହନୁମାନଙ୍କ ଆରାଧନା କରିବାରେ ଶନି ଦୋଷ ଦୂର ହୋଇଥାଏ ।

-ବଡ଼ ମଙ୍ଗଳବାର ଦିନ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରିବା ଦ୍ୱାରା କାର୍ଯ୍ୟକ୍ଷେତ୍ରରେ ଅସୁବିଧା ଦୂର ହୋଇଥାଏ । ଏହି ଦିନ ଅତର ସହ ଗୋଲାପ ଫୁଲ ଅର୍ପଣ କରିବା ଦ୍ୱାରା ଦୁଃଖ ଦୂର ହୋଇଥାଏ ।

-ଆଜିର ଦିନରେ ହନୁମାନଙ୍କୁ ପାନ ବିଡା ଚଢାଇବା ଦ୍ୱାରା ବ୍ୟପାର ବାଣିଜ୍ୟରେ ଲାଭ ହୋଇଥାଏ । ଏହି ଦିନ ସର୍ବତ ପାଣି ଲୋକଙ୍କୁ ପିଆଇବା ଦ୍ୱାରା ସମସ୍ୟା ଦୂର ହୋଇଥାଏ ।

-ଏହି ଦିନ ହନୁମାନ ଚାଳିସା ପାଠ କରିବା ସହ ଶନି ଚାଳିସାର ମଧ୍ୟ ପାଠ କରିବା ଆବଶ୍ୟକ । ଏହି ଦିନ ହନୁମାନଙ୍କ ସହ ଶନି ଦେବଙ୍କ ଆରାଧନା କରିବା ଦ୍ୱାରା ଜୀବନରେ ସମସ୍ତ ସଂକଟ ଦୂର ହୋଇଥାଏ ।

-ବଡ଼ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରିବା ପରେ ଶନି ମନ୍ଦିର ଯିବା ଆବଶ୍ୟକ । ଶୋରିଷ ତେଲ ଏବଂ କଳା ରାଶି ଶନି ଦେବଙ୍କର ଅଭିଶେକ କରିବା ଆବଶ୍ୟକ । ଏଥିରେ ଶନି ଦୋଷ ଦୂର ହୋଇଥାଏ ।

-ଗରିବଙ୍କ ସେବା କରିବାରେ ମଧ୍ୟ ବଜରଙ୍ଗବାଲୀ ଏବଂ ଶନି ଦେବଙ୍କ କୃପା ପ୍ରାପ୍ତ ହୋଇଥାଏ । ଆଜି ଗରିବଙ୍କୁ ଖାଦ୍ୟ ଖୁଆଇବା, ବସ୍ତ୍ର ଏବଂ ଚପଲ ଦାନ କରିବା ଆବଶ୍ୟକ ।

Get real time updates directly on you device, subscribe now.