fbpx

ରାଜଧାନୀରେ ସୀମା ଲଂଘିଲା ବର୍ବରତା : ଜନ୍ମ କଲା ମା’କୁ ହତ୍ୟା କରି ଜାଳିଦେଲା ପୁଅ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଦୁନିଆର ସବୁଠୁ ଶାନ୍ତିଦାୟକ ଶବ୍ଦ ହେଉଛି ମା’ । ଦଶ ମାସ ଦଶଦିନ ଗର୍ଭରେ ଧରି ମା’ଟିଏ ସନ୍ତାନକୁ ଜନ୍ମ ଦେଇଛି । ତେବେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବଡଗଡ ବ୍ରିଟ୍ କଲୋନୀରେ ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ନିଜ ଜନ୍ମ କଲା ମା’କୁ ହତ୍ୟା ପରେ ଜାଳି ଦେଇଛି ଦୁର୍ବୁର୍ତ୍ତ । ବ୍ରିଟ କଲୋନୀର କଳିଙ୍ଗ ବସ୍ତି ନିକଟରେ ରହୁଥିବା ମା’-ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା ।

କଳିଙ୍ଗ ବସ୍ତିରେ ରହୁଥିବା ରଞ୍ଜିତା ଜେନା ଓ ପୁଅ ପ୍ରଶାନ୍ତ ଜେନାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡାରେ ଉତକ୍ଷିପ୍ତ ହୋଇ ମାକୁ ହତ୍ୟା କରିଥିଲା ପ୍ରଶାନ୍ତ । ଏହାପରେ ମା’ର ଶବକୁ ପୋଡିବାକୁ ପ୍ରୟାସ କରିଥିଲା ପ୍ରଶାନ୍ତ । ତେବେ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ନିଆଁ ଲିଭାଇବା ସହିତ ପୁଅ ପ୍ରଶାନ୍ତକୁ ଅଟକ ରଖାଯାଇଛି ।

Get real time updates directly on you device, subscribe now.