ବର୍ଷାରେ ଦବିଲା ବଡ଼ଗଡ଼ କେନାଲ ରାସ୍ତା

ରାଜଧାନୀରେ ପ୍ରବଳ ବର୍ଷାରେ ଦବିଲା ବଡ଼ଗଡ଼ କେନାଲ ରାସ୍ତା । ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା କେନାଲ ରାସ୍ତା ଦବିଲା ।

ଭୁବନେଶ୍ବର: ରାଜଧାନୀରେ ପ୍ରବଳ ବର୍ଷାରେ ଦବିଲା ବଡ଼ଗଡ଼ କେନାଲ ରାସ୍ତା । ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା କେନାଲ ରାସ୍ତା ଦବିଲା । ପ୍ରାୟ 30 ଫୁଟ ଦୀର୍ଘ ରାସ୍ତା ବର୍ଷାରେ ଦବିଗଲା । ଘଟଣାସ୍ଥଳରେ ମେୟର, ଘେରିଲେ ସ୍ଥାନୀୟ ଲୋକେ । ତେବେ ଆଜି ରାଜଧାନୀରେ ହେଇଥିବା ବର୍ଷାରେ ରସୁଲଗଡ଼କୁ ସଂଯୋଗ କରୁଥିବା ଦୟା-ୱେଷ୍ଟ କେନାଲର ପ୍ରାୟ 30 ଫୁଟ ଦୀର୍ଘ ରାସ୍ତା ଦବିଯାଇଛି ।

ଏପଟେ କେନାଲ ପାଣି ରାସ୍ତା ଉପରକୁ ଆସି ଲୋକଙ୍କ ଘରେ ପଶିଥିବା ଜଣାପଡ଼ିଛି । ପ୍ରାୟ 20 ଫୁଟ ତଳକୁ ଦବିଥିବା ରାସ୍ତା ଆଉ ଟିକେ ଅଧିକ ବର୍ଷା ହେଲେ ସମ୍ପୁର୍ଣ୍ଣ ଭୁଷୁଡ଼ିପଡ଼ିବ ବୋଲି କୁହାଯାଉଛି । ତେବେ ଘଟଣା ସ୍ଥଳରେ ମେୟର ଓ ଜଳ ସମ୍ପଦ ଅଧିକାରୀ ପହଞ୍ଚି ତଦାରଖ କରୁଛନ୍ତି ।

ସ୍ମାର୍ଟ ସିଟିରେ ଏଭଳି ଦୃଶ୍ୟ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ବର୍ଷା ପୂର୍ବରୁ କେନାଲରୁ ଦଳ ସଫା କରାହେବା କଥା । କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇପାରି ନାହିଁ । ଯଦ୍ବାରା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତଜନା ଦେଖିବାକୁ ମିଳିଛି ।

ଦୈନିକ ଶତାଧିକ ଯାନବାହନ ଏହି ରାସ୍ତା ଦେଇ ଯାତାୟାତ କରୁଛି । କିନ୍ତୁ ଏହି ସାମାନ୍ୟ ବର୍ଷାରେ ରାସ୍ତାର ଏଭଳି ଅବସ୍ଥା, ଯଦି ଆଉ ଟିକେ ଅଧିକ ବର୍ଷା ହୁଏ, ତେବେ ଲୋକେ ଡଙ୍ଗାରେ ଯିବେ ବୋଲି ଉତ୍ୟକ୍ତ ଲୋକେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏପଟେ ରାସ୍ତା କାମ ନିମ୍ନମାନର ବୋଲି ଅଭିଯୋଗ ହୋଇଛି ।