ସବୁ ଲଜ୍ଜା ଟପିଲା, ଏକ୍ସଟ୍ରା କ୍ଲାସ କରିବାକୁ ଡାକି ନାବାଳିକାଙ୍କ ସହ ଦୁଷ୍କର୍ମ କରୁଥିଲେ ବ୍ୟାଡମିଣ୍ଟନ କୋଚ୍‌, ଧରାପଡିଲେ ଏମିତି

ବେଙ୍ଗଲୁରୁରେ ପୋଲିସ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାରେ ବ୍ୟାଡମିଣ୍ଟନ କୋଚଙ୍କୁ ଗିରଫ କରିଛି

ନୂଆଦିଲ୍ଲୀ: କର୍ଣ୍ଣାଟକର ବେଙ୍ଗଲୁରୁରେ ଜଣେ ବ୍ୟାଡମିଣ୍ଟନ କୋଚଙ୍କ ଉପରେ ୧୬ ବର୍ଷୀୟ କିଶୋରୀଙ୍କ ସହ ଦୁଷ୍କର୍ମର ଅଭିଯୋଗ ଆସିଛି। ଏହି ମାମଲାରେ ପୋଲିସ କୋଚଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ପୀଡ଼ିତା ଜଣଙ୍କ ବ୍ୟାଡମିଣ୍ଟନ ପ୍ରଶିକ୍ଷଣ ନେଉଥିଲେ। ଏହି ମାମଲା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଏହି କିଶୋରୀ ଜଣକ ନିଜ ଜେଜେ ମାଆଙ୍କ ଫୋନରୁ କାହାକୁ ନିଜ ନଗ୍ନ ଫଟୋ ସେୟାର କରିଛନ୍ତି।

ଏହାପରେ ତାଙ୍କ ଜେଜେ ମାଆ ସଙ୍ଗେ ସଙ୍ଗେ କିଶୋରୀଙ୍କ ବାପା-ମାଆଙ୍କୁ ଏହି କଥା କହିଥିଲେ।

ଏହାପରେ କିଶୋରୀଙ୍କ ମାଆ ତାଙ୍କୁ ଯେତେବେଳେ ପଚାରିଥିଲେ, ସେ କହିଥିଲେ ଯେ, କୋଚ ତାଙ୍କୁ ଏକ୍ସଟ୍ରା କ୍ଲାସ କରିବାକୁ ଡାକି ଅନେକ ଥର ଯୌନ ଶୋଷଣ କରିଛନ୍ତି।ଏହି କଥା କାହାରିକୁ ନ କହିବା ଲାଗି କୋଚ ତାଙ୍କୁ ମନା କରିଥିଲେ।

ଅଭିଯୋଗରେ କୁହାଯାଇଛି ଯେ, ୧୦ମ ପରୀକ୍ଷା ଦେବା ପରେ କିଶୋରୀ ଜଣକ ନିଜ ଜେଜେ ମାଆଙ୍କ ଘରକୁ ଯାଇଥିଲେ, ସେଠାରେ ଏହି କୋଚ ଜଣକ ତାଙ୍କୁ ଫୋନ କରି ନଗ୍ନ ଫଟୋ ଦେବାକୁ ବାଧ୍ୟ କରିଥିଲେ।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଅଭିଯୋଗ ଆଧାରରେ ତାମିଲନାଡୁ ନିବାସୀ କୋଚଙ୍କ ବିରୋଧରେ ଯୌନ ଅପରାଧରେ POCSO ଅଧିନିୟମ ଅନୁଯାୟୀ, ମାମଲା ରୁଜ୍ଜୁ କରିଥିଲେ। ଏହାପରେ ତାଙ୍କୁ ଗୁରୁବାର ଦିନ ଗିରଫ କରାଯାଇଛି।