ନୂଆଦିଲ୍ଲୀ: ଯଦି ଆପଣ ଓଜନ ହ୍ରାସ କରିବା ପାଇଁ ଔଷଧ ଖାଆନ୍ତି, ତେବେ ଏହା ଆପଣଙ୍କ ଜୀବନ ମଧ୍ୟ ନେଇପାରେ । ଉତ୍ତରପ୍ରଦେଶ ବାଗପତର ମାତା କଲୋନିର ବାସିନ୍ଦା କିଷାନ ମଜଦୁର ସଂଗଠନର ଜିଲ୍ଲା ଉପାଧ୍ୟକ୍ଷ ଫୁରକାନ ପେହଲୱାନ (୪୦)ଙ୍କ ସହ ମଧ୍ୟ ସମାନ ଘଟଣା ଘଟିଛି ।
ଏକ ସୋସିଆଲ ସାଇଟରେ ବିଜ୍ଞାପନ ଦେଖିବା ପରେ ଓଜନ ହ୍ରାସ କରିବା ପାଇଁ ଅନଲାଇନରେ ଔଷଧ ଅର୍ଡର କରିଥିଲେ । ସେହି ଔଷଧ ଖାଇବା ପରେ ତାଙ୍କର କିଡନୀ ଖରାପ ହୋଇ ତାଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଛି ।
ଫୁରକାନର ଓଜନ ବଢ଼ିବାକୁ ଲାଗିଲା ଏବଂ ତାଙ୍କ ପେଟ ବାହାରିବାକୁ ଲାଗିଲା । ଏହାରି ଭିତରେ ସେ ଏକ ସୋସିଆଲ ସାଇଟରେ ଓଜନ ହ୍ରାସ ଔଷଧର ବିଜ୍ଞାପନ ଦେଖିଲେ । 6 ମାସ ପୂର୍ବରୁ ଔଷଧ ମଗାଇ ଖାଇଥିବା ବେଳେ ଓଜନ ମଧ୍ୟ ହ୍ରାସ ପାଇଥିଲା । ଏକ ମାସ ପରେ ଫରକ ଦେଖାଯାଇଥିଲେ ହେଁ ଶରୀର ଉପରେ ପ୍ରତିକୂଳ ପ୍ରଭାବ ଦେଖାଯାଇଥିଲା ।
ପେଟର ଯନ୍ତ୍ରଣା ହୋଇଥିବା ବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଫୁରକାନଙ୍କ ଭାଇ ଇରଫାନ କହିଛନ୍ତି ଯେ, ହସ୍ପିଟାଲରେ ଟେଷ୍ଟ କରିବା ପରେ ଭୁଲ ଔଷଧ ଖାଇବା ଯୋଗୁଁ ତାଙ୍କ ଦେହ ଖରାପ ହେଉଥିବା କଥା କହିଥିଲେ ।
ଫୁକରାନ ନେଉଥିବା ଔଷଧ ଦେଖାଇବା ପରେ ଡାକ୍ତରମାନେ ଏହି କାରଣ ପାଇଁ କିଡନୀ କ୍ଷତିଗ୍ରସ୍ତ ହୋଇଥିବା କଥା କହିଥିଲେ । ଫୁରକାନ ଗତ କିଛି ମାସ ଧରି ଚିକିତ୍ସାଧୀନ ଥିଲେ, କିନ୍ତୁ ତାଙ୍କ ଅବସ୍ଥାରେ କୌଣସି ଉନ୍ନତି ହୋଇନଥିଲା।
ଡାଏଲିସିସ୍ ମଧ୍ୟ ଆରମ୍ଭ କରାଯାଇଥିଲା କିନ୍ତୁ ଏହା କାମ କରିନଥିଲା। ରବିବାର ଦିନ ଫୁରକାନଙ୍କ ମୃତ୍ୟୁ ହୋଇଥିଲା କିନ୍ତୁ ସଫଳ ହୋଇନଥିଲା । ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଥିବା କଥା ଜଣାପଡିଛି ।