CHARIDHAM

ଲଡୁ ଭୋଗ ସମୟରେ ଖସିପଡିଲା ଷ୍ଟେଜ, ୭ ଜଣଙ୍କର ଚାଲିଗଲା ପ୍ରାଣ, ଅନେକ ଆହତ

ନୂଆଦିଲ୍ଲୀ: ମଙ୍ଗଳବାର ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲାରେ ଜୈନ ସମ୍ପ୍ରଦାୟର ନିର୍ବାଣ ମହୋତ୍ସବ ସମୟରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଏଠାରେ 65 ଫୁଟ ଉଚ୍ଚ ଷ୍ଟେଜ ହଠାତ୍ ଖସି ପଡିଛି।

ଏହି ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ମିଳିଥିବାବେଳେ 80 ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା କୁହାଯାଉଛି। ଆହତ ଶ୍ରଦ୍ଧାଳୁଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଏହି ଦୁଃଖଦ ଘଟଣା ବାଗପାଟ ଜିଲ୍ଲାର ବାରୁତ ତହସିଲରେ ଘଟିଛି। ଏଠାରେ ଜୈନ ସମ୍ପ୍ରଦାୟର ଲୋକମାନେ ଜୈନ ତୀର୍ଥଙ୍କର ଆଦିନାଥଙ୍କୁ ଲଡୁ (ପ୍ରସାଦ) ପ୍ରଦାନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ଏଥିପାଇଁ ଆୟୋଜକମାନଙ୍କ ଦ୍ୱାରା 65 ଫୁଟ ଉଚ୍ଚ କାଠ ଷ୍ଟେଜ ପ୍ରସ୍ତୁତ କରାଯାଇଥିଲା, ଏଠାରେ ପ୍ରଭୁ ଆଦିନାଥଙ୍କ 4-5 ଫୁଟ ଉଚ୍ଚ ପ୍ରତିମା ରଖାଯାଇଥିଲା। ଭକ୍ତମାନେ ଜୈନ ତୀର୍ଥଙ୍କରଙ୍କୁ ପୂଜା କରିବା ପାଇଁ ଷ୍ଟେଜରେ ଛାଡୁଥିବା ସମୟରେ ହଠାତ୍ ଷ୍ଟେଜଟି ଭାର ସମ୍ଭାଳି ନପାରି ଭୁଶୁଡ଼ି ପଡିଥିଲା।