fbpx
BSKY SKY
BSKY SKY

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନୀତ ହେଲେ ବାହାନଗାର ନାୟକ

BSKY

ଭୁବନେଶ୍ୱର; ବାହାନଗା ରେଳ ଦୁର୍ଘଟଣାରେ ନାୟକ ସାଜିଥିବା ସ୍ଥାନୀୟ ଲୋକ ଓ ଉଦ୍ଧାରାକାରୀ ଦଳକୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀ, ସ୍ବତନ୍ତ୍ର ଉଦ୍ଧାରକାରୀ ଦଳ ଏବଂ ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କୁ ସାହାଯ୍ୟର ହାତ ବଢ଼ାଇଥିବା ସମସ୍ତ ନାୟକଙ୍କୁ ଖୁବ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଆମ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ସମାଜରେ ସେବା ଓ ବଳିଦାନକୁ ହୃଦବୋଧ କରିବାର ଦିନ । ସେବା ଓ ପରୋପକାର ସବୁଠୁ ବେଶୀ ଆତ୍ମସନ୍ତୋଷ ଦେଇଥାଏ ।

ସୂଚନା ଯୋଗ୍ୟ, ବାହାନଗା ରେଳ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସିବିଆଇ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଛି। ୭ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି।

Get real time updates directly on you device, subscribe now.