fbpx

ଆଫଗାନିସ୍ତାନ ଦଳରେ ସାମିଲ ହେଲେ ଭାରତୀୟ ଖେଳାଳି: World Cupରେ ସାଜିବେ ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ପାଇଁ ପ୍ରତ୍ୟେକ ଦଳ ବର୍ତ୍ତମାନ ପ୍ଲାନ ଚଳାଇଛନ୍ତି । ଅଷ୍ଟ୍ରେଲିଆ ସମେତ କିଛି ଦଳ ଟୁର୍ଣ୍ଣାମେଣ୍ଟ ପାଇଁ ଦଳ ଘୋଷଣା କରି ସାରିଥିବା ବେଳେଭାରତ ଏବେ ବି ଦଳ ଘୋଷଣା କରିନାହିଁ । ସମସ୍ତ ଦଳ ନିଜ ଖେଳାଳିମାନଙ୍କ ଉପରେ ଫୋକସ କରି କିଛି ପରିବର୍ତ୍ତନ କରିବା ନେଇ ଯୋଜନା ଚଳାଇଛନ୍ତି । କିନ୍ତୁ ଏହା ଭିତରେ ଭାରତର ଜଣେ ଷ୍ଟାର ଖେଳାଳି ଭାରତ ଛାଡ଼ି ଆଫଗାନିସ୍ତାନ ଦଳରେ ସାମିଲ ହୋଇଛନ୍ତି । ଆସନ୍ତା ଦିନିକିଆ ବିଶ୍ୱକପରେ ମଧ୍ୟ ସେ ଆଫଗାନିସ୍ତାନ ଦଳ ସହ ରହିବେ ।

ସୂଚନା ଅନୁସାରେ, ଭାରତର ଜଣେ ଷ୍ଟାର ଖେଳାଳି ବର୍ତ୍ତମାନ ଆଫଗାନିସ୍ତାନ ଦଳର ପ୍ରମୁଖ ଭୂମିକାରେ ସ୍ଥାନ ପାଇଛନ୍ତି । ବଡ଼ୋଦାର ପୂର୍ବ ୱିକେଟ କିପର ବ୍ୟାଟ୍ସମ୍ୟାନ ମିଲାପ ମେୱାଡାଙ୍କ ଦଳର ବ୍ୟାଟିଂ କୋଚ ଭାବରେ ସାମିଲ କରିଛି ଆଫଗାନିସ୍ତାନ କ୍ରିକେଟ ବୋର୍ଡ । ଏହାପୂର୍ବରୁ ମିଲାପଙ୍କୁ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ ପାଇଁ ଆଫଗାନିସ୍ତାନର ବ୍ୟାଟିଂ କୋଚ ଭାବରେ ନିଯୁକ୍ତି ଦିଆଯାଇଥିଲା । ତେବେ ସେ କେବଳ ଏହି ସିରିଜ ପରେ ବିଦାୟ ନେଇଥିଲେ । କିନ୍ତୁ ବର୍ତ୍ତମାନ ମିଲାପ ମେୱଡ଼ାଙ୍କୁ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଏହି ଭୂମିକାରେ ସାମିଲ ରହିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ତେବେ ଅକ୍ଟୋବରରେ ଭାରତ ମାଟିରେ ଦିନିକିଆ ବିଶ୍ୱକପ ଖେଳାଯିବାକୁ ଥିବା ବେଳେ ମିଲାପ ଆଫଗାନିସ୍ତାନ ପାଇଁ ବ୍ରହ୍ମାସ୍ତ୍ର ସାଜିପାରନ୍ତି । ଭାରତୀୟ କ୍ରିକେଟ ଷ୍ଟାଡିୟମରେ ତାଙ୍କର ଅଭିଜ୍ଞତା ଆଫଗାନ ଦଳକୁ ଫାଇଦା ମିଳିପାରେ ବୋଲି ଆଶା କରାଯାଉଛି ।

ମିଲାପ ମେୱାଡ଼ାଙ୍କୁ ଏହି ସଫଳତା ପାଇଁ ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ୍ ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ଖେଳାଳି ବଡ଼ୋଦା ଟିମ୍ ତରଫରୁ ଏକାସାଙ୍ଗରେ ଖେଳି ସାରିଥିବା ବେଳେ ମିଲାପ ପୂର୍ବରୁ କୋଚ୍ ପଦବୀରେ ସଫଳତା ପାଇଛନ୍ତି । ଭିଭିଏସ ସ୍ପୋର୍ଟିଂ ଏକାଡେମୀ ଏବଂ ବଡ଼ୋଦା କ୍ରିକେଟ ଆସୋସିଏନର କୋଚିଂ ସେଟ୍ ଅପରେ ମଧ୍ୟ ସାମିଲ ରହିଛନ୍ତି । ୧୯୯୬ ମସିହାରେ ଡେବ୍ୟୁ କରିଥିବା ମିଲାପ ୨୦୦୫ ମସିହା ପର୍ଯ୍ୟନ୍ତ ବଡ଼ୋଦା ଏବଂ ୱେଷ୍ଟ ଜୋନ୍ କ୍ରିକେଟ ଟିମରେ ଆକ୍ଟିଭ ରହିଥିଲେ ।

Get real time updates directly on you device, subscribe now.