fbpx
BSKY
BJD MC SKY
BJD MS SKY

ବିଶ୍ୱର କେଉଁ ଦେଶର ଲୋକେ ମଦ୍ୟପାନରେ ଅଧିକ ଖର୍ଚ୍ଚ କରୁଛନ୍ତି, ଭାରତର ସ୍ଥିତି କିପରି ରହିଛି, ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ଯେତେ ସଚେତନତା କରାଗଲେ ମଧ୍ୟ ଲୋକମାନେ ମଦ୍ୟପାନରୁ ନିବୃତ୍ତ ରହିନଥାନ୍ତି । ମଦ୍ୟପାନ କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଅକାଳରେ ମୃତ୍ୟୁବରଣ କରିଥାନ୍ତି । ତେବେ ବିଶ୍ୱର କେଉଁ ଦେଶର ଲୋକମାନେ ଅଧିକ ମଦ୍ୟପାନ କରିଥାନ୍ତି ଆପଣମାନେ ଜାଣିଛନ୍ତି କି? ଏନେଇ ଆସିଛି ଏକ ଷ୍ଟଡି ରିପୋର୍ଟ । କେଉଁ ଦେଶର ଲୋକମାନେ ମଦ୍ୟପାନରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ରିପୋର୍ଟରେ କୁହାଯାଇଛି ।

ରିପୋର୍ଟ ଅନୁଯାୟୀ, ବ୍ରିଟେନର ଜଣେ ମଦ୍ୟପ ତାଙ୍କ ଜୀବନରେ ନିଜ ରୋଜଗାରର ମୋଟ ୬୬.୨୮ ଲକ୍ଷ ଟଙ୍କା ମଦ୍ୟପାନରେ ଖର୍ଚ୍ଚ କରିଦେଇଥିଲେ । ତେବେ ଏହି ରିପୋର୍ଟ ଆସିବା ପରେ ଜଣେ ମହିଳା ତାଙ୍କର ୧୫ ବର୍ଷର ମଦ୍ୟପାନର ଖର୍ଚ୍ଚ ହିସାବ କରିଥିଲେ, ସେ ଏ କ୍ଷେତ୍ରରେ ୬୦ ଲକ୍ଷ ଖର୍ଚ୍ଚ କରିଥିବା ଜଣାପଡ଼ିଥିଲା । ସାରା ବିଶ୍ୱରେ ମଦ୍ୟପାନ କ୍ଷେତ୍ରରେ ଭାରତର ସ୍ଥାନ ୧୦୩ ରହିଛି । ଗତ ୨୦୧୬ରେ ଭାରତର ଲୋକମାନେ ବାର୍ଷିକ ୫.୭ ଲିଟର ମଦ ସେବନ କରୁଥିଲେ । ୨୦୨୦ରେ ଦେଶର ମୋଟ ମଦ୍ୟପାନର ସୀମା ୫ ବିଲିୟନ ଲିଟର ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା ।

ୟୁରୋପୀୟ ରାଷ୍ଟ୍ର ଇଟାଲି, ସ୍ପେନ ଓ ଫ୍ରାନ୍ସରେ ଅଧିକ ମାତ୍ରାରେ ମଦ ଉତ୍ପାଦନ କରାଯାଇଥାଏ । ମାତ୍ର ଏହିସବୁ ଦେଶଗୁଡ଼ିକ ଅପେକ୍ଷା ବ୍ରିଟେନର ଲୋକମାନେ ଅଧିକ ମଦ ସେବନ କରିଥାନ୍ତି । ପାର୍ଟି, ଉତ୍ସବମାନଙ୍କରେ ବ୍ରିଟେନର ଲୋକମାନେ ମଦ୍ୟପାନ କରିବା ଏକ ସାଧାରଣ କଥା । ଏହି ଅଭାସକୁ ଗୁରୁତ୍ୱ ଦେବାକୁ ଯାଇ ଲୋକମାନେ ବନ୍ଧୁତ୍ୱ ସ୍ଥାପନ କରିବାକୁ ପସନ୍ଦ କରିଥାନ୍ତି । କାରଣ ଏହି ବନ୍ଧୁତ୍ୱ ସେମାନଙ୍କର ଡ୍ରିଙ୍କିଙ୍ଗ ଅଭ୍ୟାସକୁ ସପୋର୍ଟ କରିଥାଏ ।

Get real time updates directly on you device, subscribe now.