fbpx

ବାହାନଗା ଟ୍ରେନ୍ ଟ୍ରାଜେଡି, ଏସସିବି ମେଡିକାଲ୍ ରେ ଚିକତ୍ସାଧୀନ ଅବସ୍ଥାରେ ଆଉ ଜଣେ ମୃତ

ଭୁବନେଶ୍ୱର: ଓଡିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା । ଏହା ଦେଶର ଅନ୍ୟତମ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଥିଲା । ଏଥିରେ ୨୮୮ଜଣ ମୃତ୍ୟୁବରଣ କରିଥିଲେ ଓ ୧୦୦୦ରୁ ଅଧିକ ଲୋକ ବିଭିନ୍ନ ମେଡିକାଲ୍ ରେ ଚିକିତ୍ସିତ ହେଉଥିଲେ ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବରୁ ୩ ଜଣ ମୃତ୍ୟୁବରଣ କରିଥବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ପଲତୁ ନସ୍କାର । ଏସସିବି ମେଡିକାଲ୍ ରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ସେଣ୍ଟ୍ରାଲ ଆଇସିୟୁ ବେଡ୍ ନଂ ୧୪ରେ ସେ ଚିକତ୍ସିତ ହେଉଥିଲେ ।

Get real time updates directly on you device, subscribe now.