fbpx

ଲଗାଣ ବର୍ଷାରେ ବାଲେଶ୍ୱର ବେହାଲ

ବାଲେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ରେକର୍ଡ ବର୍ଷାରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜଳବନ୍ଦୀ ସମସ୍ୟା ଉପୁଜିଛି । ଏହାରି ମଧ୍ୟରେ ଲଗାଣ ବର୍ଷାରେ ବାଲେଶ୍ୱର ସହର ଓ ଏହାର ଆଖପାଖ ଅଞ୍ଚଳ ମଧ୍ୟ ଜଳମଗ୍ନ ହୋଇଛି । ଗୁଡ଼ିପଦା, ଚାନ୍ଦମାରୀ ପଡ଼ିଆ, ଅରଡ଼ ବଜାର, ଚୁନ ଭାଟୀ ଜଳବନ୍ଦୀ ହୋଇଛି । ଚିଡ଼ିଆପୋଲ ଓ ନ୍ୟୁ ମାର୍କେଟରୁ ରାତିସାରା ଦମକଳରେ ଜଳ ନିଷ୍କାସନ ହୋଇଛି । ଜିଲ୍ଲାରେ ପ୍ରବାହିତ ଜଳକା ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଏହା ସହିତ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ।

Get real time updates directly on you device, subscribe now.