fbpx

ଏସ୍‌ସିବିରେ ଏକ୍‌ମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ, ଏବେ ଆଉ ୨ ଜଣଙ୍କ ଚାଲିଛି ଚିକିତ୍ସା

କଟକ,(ଭାସ୍କର ନ୍ୟୁଜ୍‌): କଟକ ବଡ଼ ଡାକ୍ତରଖାନାରେ ଏକ୍‌ମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ଏସ୍‌ସିବିରେ ଏକମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥାଇ ପ୍ରାଣ ହରାଇବାରେ ସେ ହେଉଛନ୍ତି ଦ୍ୱିତୀୟ ରୋଗୀ । ସେ ଜଣେ ମହିଳା ଓ ତାଙ୍କ ଘର ବଲାଙ୍ଗିର ଜିଲ୍ଲାରେ । ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଗତ ୨୯ ତାରିଖରେ ଏହି ମହିଳା ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା । ଏହାପରେ ତାଙ୍କୁ ଏସ୍‌ସିବି କାଜୁଆଲିଟି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକ୍‌ମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା ।

ଏହା ପୂର୍ବରୁ ଶନିବାର ରାତିରେ ଏଠାରେ ଏକମୋ ଚିକିତ୍ସାଧୀନ ଥିବା କେନ୍ଦ୍ରାପଡ଼ା ଅଞ୍ଚଳର ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଗତ ୨୯ ତାରିଖରେ ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ଫୁସଫୁସ ସଂକ୍ରମିତ ହୋଇଥିଲା । ଏହା ପରେ ତାଙ୍କୁ ଏସସିବି କରୋନା ୱାର୍ଡରୁ ଏକମୋ ୟୁନିଟ୍‌କୁ ସ୍ଥାନାନ୍ତର କରାଯାଇଥିଲା । ଏସସିବି କାର୍ଡିଓଥୋରାସିସ ବିଭାଗରେ ଖୋଲିଥିବା ଇକମୋ ୟୁନିଟରେ ମୋଟ ୪ ଜଣ ରୋଗୀ ଭର୍ତ୍ତି ହୋଇଥିଲେ । ତେବେ ଦୁଇ ଜଣଙ୍କ ମୃତ୍ୟୁ ପରେ ଏବେ ଆଉ ୨ ଜଣ ଚିକିତ୍ସାଧୀନ ଅଛନ୍ତି । ତେବେ ଲଗାତାର ୨ ଦିନରେ ଏକ୍‌ମୋ ଚିକିତ୍ସାଧିନ ଥିବା ୨ ରୋଗୀଙ୍କ ମୃତ୍ୟୁ ଫଳରେ ସେଠାରେ ଭୟର ବାତାବରଣ ଖେଳି ଯାଇଛି ।

Get real time updates directly on you device, subscribe now.