fbpx

ବାଲେଶ୍ୱର : କାଳବୈଶଖୀ ହେଲା କାଳ : ବଜ୍ରପାତରେ ୫୦ମାଙ୍କଡ଼ ମୃତ

ବାଲେଶ୍ୱର : ବଜ୍ରପାତ ଏବଂ ଘଡଘଡିରେ ଅନେକ ଲୋକଙ୍କ ସହିତ ପଶୁପକ୍ଷୀମାନେ ମଧ୍ୟ ଆଘାତ ହୋଇଯାନ୍ତି । ଏହାର ଆଘାତରେ କିଏ ଅଳ୍ପକେ ବର୍ତ୍ତୀ ଯାଏ ତ କିଏ ମୃତ୍ୟୁର ଶିକାର ହୋଇଯାଏ । ଏହି ଭଳି ଏକ ଘଟଣା ଆସିଛି ବାଲେଶ୍ୱର ଜିଲ୍ଲାର ଗୋଡସାହି ବ୍ଲକର ବାଲିଆପାଳ ଗ୍ରାମରୁ । ବଜ୍ରଅପାତରେ ପ୍ରାୟ ୫୦ଟି ମାଙ୍କଡର଼ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ବାଲିଆପାଳ ଗ୍ରାମରେ ବାସ କରୁଥିବା ପ୍ରତ୍ତାପ ମାଝୀଙ୍କ ଘର ପଛପଟେ ୧୫୦ ବର୍ଷ ପୁରୁଣା ଏକ ତେନ୍ତୁଳି ଗଛ ରହିଛି । ଗତକାଲି ରାତିରେ ଅତ୍ୟଧିକ ବଜ୍ରଘାତ ହପଇଥିବାରୁ ପ୍ରାୟ ୫୦ଟି ମାଙ୍କଡ଼ଙ୍କ ମୃତ୍ୟୁ ହୋଇଥିଲା । ଘଡଘଡି ଓ ବଜ୍ରପାତ ବନ୍ଦ ହେବା ପରେ ଗ୍ରାମବାସୀ ପ୍ରାୟ ୫୦ଟି ମାଙ୍କଡ଼ର ମୃତ ଦେହ ଗଛ ତଳେ ପଡି଼ଥିବାର ଦେଖିଥିଲେ ।

Get real time updates directly on you device, subscribe now.