fbpx

Online Delivery ଉପରେ ଲାଗିବ ବ୍ୟାନ, ମେଟ୍ରୋ ସେବାରେ ହେବ କି ପରିବର୍ତ୍ତନ? ଜାଣନ୍ତୁ G-20 ବେଳେ କ’ଣ ଖୋଲା କ’ଣ ବନ୍ଦ ରହିବ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀ ଏକଦମ ପ୍ରସ୍ତୁତ ହୋଇସାରିଛି । ଆଉ ମାତ୍ର କେଇଟା ଦିନ ପରେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରାଧ୍ୟକ୍ଷ ଭାରତରେ ପହଞ୍ଚିବେ । ଦିଲ୍ଲୀର ପ୍ରଗତି ମଇଦାନରେ ନୂତନ ଭାରତ ମଣ୍ଡପମ୍ ରେ ଆୟୋଜିତ ହେବ ଜି-୨୦ ଶିଖର ସମ୍ମିଳନୀ । କିନ୍ତୁ ରାଜଧାନୀରେ ଦିଲ୍ଲୀରେ ଏହି ସମ୍ମିଳନୀ ସମୟରେ କିଛି ସେବା ଉପରେ ସାମୟିକ ରୋକ ଲଗାଇପାରନ୍ତି ସରକାର । ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ସୂଚନା ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ସମ୍ମିଳନୀ ସମୟରେ କେଉଁ ସେବା ମିଳିବ ଏବଂ କେଉଁ ସେବା ବନ୍ଦ ରହିବ…
ଜି-୨୦ ସମ୍ମିଳନୀକୁ ନେଇ ଆଜି ଦିଲ୍ଲୀ ପୋଲିସ ଏକ ସୂଚନା ଜାରି କରିଛି । ନୂଆଦିଲ୍ଲୀ ଜିଲ୍ଲାରେ ମେଡିସିନ୍ ବ୍ୟତୀତ ଅନ୍ୟ ସମସ୍ତ ଅନଲାଇନ ଡେଲିଭରୀ ସର୍ଭିସ ବନ୍ଦ ରହିବ ବୋଲି କହିଛି ଦିଲ୍ଲୀ ପୋଲିସ । ଏହାପରେ ସ୍ପେଶାଲ ଟ୍ରାଫିକ କମିଶନର ଏସ ଏସ ଯାଦବ କହିଛନ୍ତି ଯେ, ଅଗଷ୍ଟ ୨୫ ତାରିଖରେ ଦିଲ୍ଲୀ ପୋଲିସ ତରଫରୁ ଜାରି କରାଯାଇଥିବା ଆଡଭାଇଜରୀରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ମେଡିକାଲ ସେବା, ମେଡିକାଲ ଯାଞ୍ଚ ପାଇଁ ନମୂନା ସଂଗ୍ରହ ଭଳି କିଛି ଜରୁରୀକାଳୀନ ସେବାକୁ ଦିଲ୍ଲୀ ପୋଲିସ ତରଫରୁ ଅନୁମତି ଦିଆଯାଇଛି । କିନ୍ତୁ ଜିଲ୍ଲାରେ କୌଣସି ବ୍ୟବସାୟିକ କାର୍ଯ୍ୟକ୍ରମକୁ ଅନୁମତି ମିଳିପାରିବ ନାହିଁ । ଅନଲାଇନ ଡେଲିଭରୀ ସେବା ବନ୍ଦ ରହିଥିବା ବେଳେ କେବଳ ଔଷଧ ଡେଲିଭରୀ କରାଯାଇ ପାରିବ ।
ଏହାପରେ ସେ କହିଛନ୍ତି, ସୁପ୍ରିମକୋର୍ଟ ଷ୍ଟେସନ ବ୍ୟତୀତ ମେଟ୍ରୋ ସେବା ପ୍ରଭାବିତ ହେବେ ନାହିଁ । କିନ୍ତୁ ଅତିଥିଙ୍କ ଯାତାୟତ ପାଇଁ ଷ୍ଟେସନରେ ୧୦-୧୫ ମିନିଟ ପାଇଁ ଗେଟ୍ ବନ୍ଦ ହୋଇପାରେ । ସେହିପରି ନୂଆଦିଲ୍ଲୀ ଜିଲ୍ଲାରେ ହୋଟେଲ ବୁକ୍ କରିଥିବା ବ୍ୟକ୍ତିମାନେ ବିମାନବନ୍ଦର ବା ରେଳ ଷ୍ଟେସନରୁ ଯାତାୟତ କରିପାରିବେ । ତେବେ ସେମାନଙ୍କୁ ଟିକେଟ, ବୁକିଂ ସ୍ଲିପ ସମେତ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ଦେଖାଇବାକୁ ପଡ଼ିପାରେ ।
ସୂଚନା ଅନୁସାରେ, ଜି-୨୦ ସମ୍ମିଳନୀ ପାଇଁ ଭାରତକୁ ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ତୁର୍କୀ, ଇଂଲଣ୍ଡ, ଆମେରିକା, ଆର୍ଜେଣ୍ଟିନା ସମେତ ଅଷ୍ଟ୍ରେଲିଆ, ବ୍ରାଜିଲ ଆଦି ଦେଶ ଯୋଗ ଦେବେ । ଏହାବ୍ୟତୀତ କାନାଡ଼ା, ୟୁରୋପୀୟ ସଂଘ, ଚୀନ, ଫ୍ରାନ୍ସ, ଜର୍ମାନୀ, ଇଣ୍ଡୋନେସିଆ, ଇଟାଲୀ, ଜାପାନ, ମେକ୍ସିକୋ, ଋଷ, ସାଉଦୀ ଆରବ, ସ୍ପେନ ଇତ୍ୟାଦୀ ମଓ୍ୟ ସାମିଲ ହୋଇପାରନ୍ତି ।

Get real time updates directly on you device, subscribe now.