fbpx

ସିଙ୍ଗଲ ସିଗାରେଟ ବିକ୍ରି ଉପରେ ଲାଗିପାରେ ରୋକ: ସଂସଦର ସ୍ଥାୟୀ କମିଟି ପକ୍ଷରୁ ଦିଆଗଲା ପ୍ରସ୍ତାବ

ନୂଆଦିଲ୍ଲୀ: ଭାରତରେ ସିଙ୍ଗଲ ସିଗାରେଟ ବିକ୍ରି ଉପରେ ରୋକ ଲାଗିପାରେ । ସଂସଦର ସ୍ଥାୟୀ କମିଟି ପକ୍ଷରୁ ଏନେଇ ପ୍ରସ୍ତାବ ଦିଆଯାଇଛି । କମିଟି ମୁତାବକ, ତମ୍ବାଖୁ ନିୟନ୍ତ୍ରଣ ଅଭିଯାନ ଏହାଦ୍ୱାରା ପ୍ରଭାବିତ ହୋଇପାରେ । ସିଙ୍ଗଲ ସିଗାରେଟ ଦ୍ୱାରା ଏହାର ବ୍ୟବହାର ବଢ଼ୁଛି । ଏଥିପାଇଁ ଏୟାରପୋର୍ଟର ସ୍ମୋକିଂ ଜୋନକୁ ବନ୍ଦ କରିବା ନେଇ ସୁପାରିଶ କରାଯାଇଛି । ସାଧାରଣ ବଜେଟରେ ତମ୍ବାଖୁ ସାମଗ୍ରୀ ଉପରେ ଟ୍ୟାକ୍ସ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ତେବେ ତମ୍ବାଖୁ ସାମଗ୍ରୀର ବ୍ୟବହାର ହ୍ରାସ ନେଇ କେନ୍ଦ୍ର ସରକାର ଖୁବଶୀଘ୍ର ସିଙ୍ଗଲ ସିଗାରେଟ ବିକ୍ରି ଉପରେ ବ୍ୟାନ୍ ଲାଗୁ କରିପାରନ୍ତି । ସଂସଦର ସ୍ଥାୟୀ କମିଟି ତରଫରୁ ଏହି ବ୍ୟାନ ପ୍ରସ୍ତାବ ଦିଆଯାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ସାଧାରଣତଃ ସିଗାରେଟ ସେବନ କରିବା ଦ୍ୱାରା ମଣିଷ ଶରୀର ଭୟଙ୍କର ଭାବେ ପ୍ରଭାବିତ ହୋଇଥାଏ । ଏପରିକି ଅନେକ ଜୀବନ, ମରଣ ସହ ମଧ୍ୟ ଲଢ଼େଇ କରୁଥିବା ଦେଖାଯାଉଛି ।

ସିଗାରେଟ ସ୍ମୋକିଂ କାରଣରୁ ଜଣେ ବ୍ୟକ୍ତି କ୍ୟାନସର, ହୃଦରୋଗ, ଷ୍ଟ୍ରୋକ ପରି ଅନେକ ରୋଗର ଶିକାର ହେବାର ଆଶଙ୍କା ରହିଥାଏ । ସିଗାରେଟ ସ୍ମୋକିଂ କାରଣରୁ ମଣିଷ ଶରୀରର ଅଧିକାଂଶ ଅଙ୍ଗ ପ୍ରଭାବିତ ହେବା ସହ ଏହା ଅନେକ ରୋଗର କାରଣ ସାଜିଥାଏ । ଏଥିସହିତ ସ୍ମୋକିଂ ଆମର ଶ୍ୱାସକ୍ରିୟା, ପ୍ରଜନନ ପ୍ରଣାଳୀ, ରକ୍ତ ସଞ୍ଚାଳନ ପ୍ରଣାଳୀ, ଚର୍ମ, ଆଖି ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.