ଶ୍ରମିକଙ୍କ ଉପରେ ଓଲଟିଲା ମାଟି ବୋଝେଇ ଡମ୍ପର, ଲିଭିଗଲା 4ଜଣଙ୍କ ଜୀବନ ଦୀପ

ଥରାଦର ଖେଙ୍ଗରପୁରା ନିକଟରେ ଓଲଟିଲା ଡମ୍ପର । 4 ମୃତ ।

ନୂଆଦିଲ୍ଲୀ: ଗୁଜୁରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗୁଜୁରାଟର ବନାସକଣ୍ଠାରେ ଓଲଟିଲା ମାଟି ବୋଝେଇ ଟ୍ରକ । ଚାଲିଗଲା 4 ଜଣଙ୍କ ପ୍ରାଣ । ଥରାଦର ଖେଙ୍ଗରପୁରା ନିକଟରେ ହୋଇଛି ଏହି ଦୁର୍ଘଟଣା ।

ସୂଚନା ଅନୁସାରେ, ରାସ୍ତା ପାର୍ଶ୍ବରେ ଏକ ଡ୍ରେନ ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ଏହି ସମୟର ହଠାତ୍ ଏକ ମାଟି ଭର୍ତ୍ତି ଡମ୍ପର ଓଲଟି ପଡିଥିଲା । ଏହି ସମୟରେ ନିଅନ୍ତ୍ରଣ ହରାଇ ଡମ୍ପରଟି ଓଲଟି ପଡିଥିଲା । ଏହି ସମୟରେ ଡ୍ରେନ କାମ ଚାଲୁଥିବା ବେଳେ ଶ୍ରମିକମାନଙ୍କ ଉପରେ ପଡିଯାଇଥିଲା ମାଟି ।

ଫଳରେ ଡମ୍ପର ତଳେ ଚାପି ହୋଇ 4 ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ 3ଜଣ ମହିଳା ଏବଂ ଜଣେ ଶିଶୁ ରହିଛନ୍ତି । ତେବେ ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଥରାଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି କରିଛି ।

ଥରାଡ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଣ କାରଣ ପାଇଁ ଏତେ ବଡ ଦୁର୍ଘଟଣା ହେଲା ତାହା ଜଣାପଡିନଥିବା ବେଳେ ଏହି ଘଟଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।