fbpx

୩ମିନିଟରେ ଗାନ ହେବ ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର, ୮ା୬(ଓଡ଼ିଶା ଭାସ୍କର): ବନ୍ଦେ ଉତ୍କଳ ଜନନୀ ଗାନର ସମୟ ସୀମା ୩ମିନିଟ ରହିବ । ଖୁବଶୀଘ୍ର ସଙ୍ଗୀତ ଗାୟନର ସ୍ୱର ଓ ଶୈଳୀ ସ୍ଥିର କରାଯିବ । ଏହାସହ ଯଦି ଏହାକୁ କେହି ଅମାନ୍ୟ କରିବେ ତେବେ ସେମାନଙ୍କ ପାଇଁ ଦଣ୍ଡବିଧାନ ମଧ୍ୟ ସ୍ଥିର କରାଯିବ । ଏନେଇ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଗତକାଲି କ୍ୟାବିନେଟ ବୈଠକରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଥିଲା ।

Get real time updates directly on you device, subscribe now.