ନୂଆଦିଲ୍ଲୀ: ବାଂଲାଦେଶର ରାଜଧାନୀ ଢାକାସ୍ଥିତ ଶେର-ଇ-ବଙ୍ଗଳା ଜାତୀୟ ଷ୍ଟାଡିୟମରେ ଆୟୋଜକ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଚାଲିଛି। ତେବେ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବାଂଲାଦେଶ ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ମୁଶଫିକୁର ରହିମଙ୍କ ଆଉଟ ହେବାକୁ ନେଇ ବେଶ ଚର୍ଚ୍ଚା ଦେଖିବାକୁ ମିଳୁଛି। ଏଥିରେ ସେ ଏଭଳି ଢଙ୍ଗରେ ଆଉଟ ହୋଇଛନ୍ତି ଯାହା କ୍ରିକେଟରେ କ୍ୱଚିତ୍ ଦେଖାଯାଏ। ତେବେ ଏହି ଟେଷ୍ଟ କ୍ରିକେଟରେ ମୁଶଫିକୁର ରହିମ ନିଜେ ସଟ୍ ମାରିବା ପରେ ନିଜେ ବଲ ରୋକିବାକୁ ଚେଷ୍ଟା କରିଛନ୍ତି। ଯାହା କ୍ରିକେଟର ନିୟମ ବାହାରେ ଯେଉଁଥିପାଇଁ ତାଙ୍କୁ ଆଉଟ୍ ମଧ୍ୟ ଘୋଷଣା କରାଯାଇଛି।
ସୂଚନା ଥାଉକି, ମୁଶଫିକୁର ରହିମ ୮୩ ବଲରେ ୩୫ ରନ ସ୍କୋରରେ ବ୍ୟାଟିଂ କରୁଥିବାବେଳେ ଏହି ଘଟଣା ଘଟିଥିଲା। ମ୍ୟାଚର ୪୧ ତମ ଓଭରରେ କାଇଲ ଜେମସନଙ୍କ ଏକ ବଲକୁ ମୁଶଫିକୁର ରହିମ ସଟ ମାରି ଅଟକାଇଥିଲେ। କ୍ରିକେଟ ନିୟମ ଅନୁଯାୟୀ ଏହା ଭୁଲ ଅଟେ। ଏହି କାରଣରୁ ନ୍ୟୁଜିଲାଣ୍ଡ ଫିଲ୍ଡରମାନେ ତୁରନ୍ତ ଅମ୍ପାୟାରଙ୍କୁ ଅପିଲ କରିଥିଲେ ଏବଂ ଅମ୍ପାୟାର ତାଙ୍କୁ ଆଉଟ୍ ଘୋଷଣା କରିଥିଲେ।
Mushfiqur Rahim out for obstructing the field.
– He is the first Bangladesh batter to dismiss by this way in cricket history.pic.twitter.com/MfZONDzswk
— Johns. (@CricCrazyJohns) December 6, 2023
ସୂଚନା ଯୋଗ୍ୟ, ଟେଷ୍ଟ କ୍ରିକେଟ୍ ବିଷୟରେ କହିବାକୁ ଗଲେ ଇଂଲଣ୍ଡର ସାର୍ ଲେନ୍ ହାଟନ୍ ପ୍ରଥମ ବ୍ୟାଟ୍ସମ୍ୟାନ୍ ଯିଏ ଏହି ନିୟମ ଅନୁଯାୟୀ ଆଉଟ୍ ହୋଇଥିଲେ। ଅଗଷ୍ଟ ୧୯୫୧ ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ସେ ପଡ଼ିଆରେ ବାଧା ସୃଷ୍ଟି କରିଥିବା ଘୋଷଣା କରାଯାଇଥିଲା। ଟେଷ୍ଟରେ ଏହି ନିୟମ ଅନୁଯାୟୀ ମୁଶଫିକୁର ରହୀମ ହେଉଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ଯିଏକି ଏବେ ଏଭଳି ଭାବେ ଆଉଟ ହୋଇଛନ୍ତି।