fbpx

(Video) ଶେଖ ହସିନାଙ୍କ ଶାଢୀ ଚୋରି କଲେ ବିକ୍ଷୋଭକାରୀ, PM ଆବାସରେ ଲୁଟ ସହ ଭଙ୍ଗାରୁଜା

ନୂଆଦିଲ୍ଲୀ: ବାଂଲାଦେଶର ସଙ୍କଟ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି । ହିଂସା ମଧ୍ୟରେ ବିକ୍ଷୋଭକାରୀ, ପ୍ର୍ରଧାନମନ୍ତ୍ରୀଙ୍କ ଆବାସରେ ପଶି ଭଙ୍ଗାରୁଜା ସହ ଚୋରି କରିଛନ୍ତି । ବିକ୍ଷୋଭକାରୀ ଶେଖ ହସିନାଙ୍କ ରୁମରୁ ତାଙ୍କ ଶାଢୀ ପର୍ଯ୍ୟନ୍ତ ଚୋରି କରିଛନ୍ତି । ଏହି ଅନ୍ଦୋଳନକୁ ଦୃଷ୍ଟିରେ ରଖି ଶେଖ ହସିନା ବାଂଲାଦେଶ ଛାଡିଦେଇଛନ୍ତି ।

ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ରୁମକୁ ମଧ୍ୟ ଛାଡି ନାହାନ୍ତି ଏବଂ ସେଠାରେ ଚୋରି କରିଛନ୍ତି । ଯାହାକୁ ଯେଉଁ ଜିନିଷ ମିଳିଲା ସେ ସେଠାରୁ ଉଠାଇ ଚୋରି କରିଛନ୍ତି । ଏହି ଲୁଟ ସହ ଜଡିତ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଦେଖିବାକୁ ମିଳୁଛି ଯେ, ଲୋକମାନେ ପିଏମ ଆବାସରେ ପଶି ଭଙ୍ଗାରୁଜା କରିବା ସହ ଚୋରି କରୁଛନ୍ତି ।

Get real time updates directly on you device, subscribe now.