fbpx

ଅଲରାଉଣ୍ଡରଙ୍କ ଜାଲରେ ଫସିଗଲା ବାଂଲାଦେଶ: ଦ୍ୱିତୀୟ ମ୍ୟାଚ ସହ ସିରିଜ ଜିତିଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଜଲୱା ଦେଖାଇଛନ୍ତି ଭାରତର ଜୁନିୟର ଅଲରାଉଣ୍ଡର । ବ୍ୟାଟିଂ ପରେ ବୋଲିଂରେ ମଧ୍ୟ କମାଲ କରି ଦେଖାଇଛନ୍ତି ଟିମ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି । ଅଭିଷେକ ଶର୍ମା, ରିୟାନ ପରାଗଙ୍କ ସହିତ ନୀତିଶ, ୱାଶିଂଟନ୍ ସୁନ୍ଦର ବାଂଲାଦେଶର ବ୍ୟାଟିଂ ଡିପାର୍ଟମେଣ୍ଟକୁ ଧୂଳିସାତ୍ କରି ଦେଖାଇଛନ୍ତି । ବ୍ୟାଟିଂରେ ନୀତିଶ-ରିଙ୍କୁ କମାଲ କରିଥିବା ବେଳେ ବୋଲିଂରେ କମାଲ କରିଛନ୍ତି ଅଭିଷେକ ଏବଂ ରିୟାନ୍ ପରାଗ । ଦମଦାର ବୋଲିଂ ସହ ବାଂଲାଦେଶକୁ ରନରେ ଚକମା ଦେଇଛି ଟିମ ଇଣ୍ଡିଆ । ଏହି ମ୍ୟାଚ୍ ବିଜୟ ସହ ଟି-୨୦ ସିରିଜ ଉପରେ ମଧ୍ୟ କବଜା କରିଛି ସୂର୍ଯ୍ୟବାହିନୀ ।

୨୨୨ ରନର ବିଶାଳ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ବାଂଲାଦେଶକୁ ପ୍ରଥମ ଝଟକା ଦେଇଥିଲେ ଅର୍ଶଦୀପ ସିଂହ । ଏହାପରେ ଅଲରାଉଣ୍ଡରରେ ଭରା ଟିମ ଇଣ୍ଡିଆ ବାଂଲାଦେଶ ଉପରେ ଭାରୀ ପଡ଼ିଛନ୍ତି । ଅଭିଷେକ ଶର୍ମା, ରିୟାନ୍ ପରାଗ ଏବଂ ୱାଶିଂଟନ୍ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ହାସଲ କରି ଭାରତକୁ ସିରିଜର ଦ୍ୱିତୀୟ ବିଜୟ ଭେଟି ଦେଇଛନ୍ତି । ଏହାବ୍ୟତୀତ ବରୁଣ ଚକ୍ରବର୍ତ୍ତୀ ଏବଂ ନୀତିଶ ୨ଟି ଲେଖାଏଁ ସଫଳତା ନିଜ ନାମରେ କରିଛନ୍ତି । ମୟଙ୍କ ଯାଦବ ଗୋଟିଏ ସଫଳତା ହାସଲ କରିଛନ୍ତି । ତେବେ ୱିକେଟ ହାସଲ କରିବା ସହ ନବାଗତ ଅଲରାଉଣ୍ଡର ଖୁବ କମ୍ ରନ୍ ମଧ୍ୟ ବ୍ୟୟ କରିଛନ୍ତି । ଯୁବ ଖେଳାଳିଙ୍କ ଦମଦାର ବୋଲିଂକୁ ସମ୍ମାନ ଦେବା ପାଇଁ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚରେ ବୋଲିଂ କରିନାହାନ୍ତି । ଏହାପରେ ମଧ୍ୟ ବାଂଲାଦେଶ ବିଜୟ ହାସଲ କରିବାରେ ସଫଳ ହୋଇ ପାରି ନାହିଁ । ଫଳରେ ୨୨୨ ରନର ବିଜୟ ଲକ୍ଷ୍ୟରେ ବାଂଲାଦେଶ ମାତ୍ର ୧୩୫ ରନ କରି ମ୍ୟାଚକୁ ହାତଛଡ଼ା କରିଛି । ଏହି ମ୍ୟାଚ୍ ବିଜୟ ସହ ସୂର୍ଯ୍ୟବାହିନୀ ଟି-୨୦ ସିରିଜ ଉପରେ ମଧ୍ୟ କବଜା କରିଛି ।

 

Get real time updates directly on you device, subscribe now.