ଟସ୍ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଦଳ, ପ୍ଲେଇଁ ୧୧ରେ ହେଲା ବଡ଼ ପରିବର୍ତ୍ତନ

ଦଳରୁ ବାଦ୍ ପଡ଼ିଲେ ୪ ଖେଳାଳି।

ଓଡିଶାଭାସ୍କର: ଟସ୍ ଜିତିଲା ବାଂଲାଦେଶ। ପ୍ରଥମେ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇବ ସୂର୍ଯ୍ୟବାହିନୀ। ବାଂଲାଦେଶ ଅଧିନାୟକ ଜାକେର ଅଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବାଂଲାଦେଶ ଦଳର ଅଧିନାୟକ ଲିଟନ ଦାସଙ୍କ ସମେତ ଚାରୋଟି ପରିବର୍ତ୍ତନ ଦଳର ଦେଖିବାକୁ ମିଳିଛି। ହେଲେ ଟିମ୍ ଇଣ୍ଡିଆ ଅପରିବର୍ତ୍ତିତ ରହିଛି। ପାକିସ୍ତାନ ବିପକ୍ଷରେ ସୁପର-୪ ମୁକାବିଲାରେ ଭାରତ ଟିମରୁ ଯେଉଁମାନେ ଖେଳୁଥିଲେ ବାଂଲାଦେଶ ବିପକ୍ଷରେ ସେହିମାନେ ହିଁ ଏହି ମ୍ୟାଚ୍ ଖେଳିବେ।

ଯଦି ଦେଖିବା ବାଂଲାଦେଶ ଅଧିନାୟକ ଲିଟନ ଦାସ ପାର୍ଶ୍ୱ ଯନ୍ତ୍ରଣା ଯୋଗୁଁ ଏହି ମ୍ୟାଚରୁ ବାଦ ପଡ଼ିଛନ୍ତି। ଜାକେର ଅଲି ଦଳର ନେତୃତ୍ୱ ନେଉଛନ୍ତି।

ଆଜି ଏସିଆ କପ୍ ୨୦୨୫ର ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିବ। ସୁପର ୪ ରାଉଣ୍ଡର ଦ୍ୱିତୀୟ ମ୍ୟାଚ୍ ରେ ଭାରତ ବାଂଲାଦେଶକୁ ଭେଟିବ।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ବିଜୟ ଭାରତର ଫାଇନାଲରେ ସ୍ଥାନ ପକ୍କା କରିବ। ପ୍ରଥମ ମ୍ୟାଚ୍ ରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ପାକିସ୍ତାନକୁ ପରାସ୍ତ କରିଥିଲା।

ପ୍ରଥମ ସୁପର ଫୋର୍ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଚକିତ କରିଥିବା ବାଂଲାଦେଶ ଦ୍ୱିତୀୟ ବିଜୟ ଲକ୍ଷ୍ୟରେ ରହିବ। ତଥାପି ଏହି ମ୍ୟାଚ୍‌ ଜିତିଲେ ମଧ୍ୟ ଫାଇନାଲରେ ତାର ସ୍ଥାନ ନିଶ୍ଚିତ ହେବ ନାହିଁ।

କାରଣ ଏହି ମ୍ୟାଚ୍‌ ପରେ ବାଂଲାଦେଶ ପାକିସ୍ତାନକୁ ମଧ୍ୟ ଭେଟିବ, ଯିଏ ପୂର୍ବରୁ ଗୋଟିଏ ମ୍ୟାଚ୍‌ ଜିତିସାରିଛି। ଏହି ସମୟରେ ଶ୍ରୀଲଙ୍କାକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିବାର ଆଉ ଏକ ସୁଯୋଗ ପାଇବ।