ଆଜି ହିଁ ସାରି ଦିଅନ୍ତୁ ସବୁ ବ୍ୟାଙ୍କ କାମ: ଏପ୍ରିଲ ମାସରେ ୧୫ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଯଦି ଆପଣଙ୍କର କିଛି ବି ବ୍ୟାଙ୍କ କାମ ରହିଥାଏ ତା ହେଲେ ତୁରନ୍ତ ଶେଷ କରି ଦିଅନ୍ତୁ । ଆସନ୍ତା ଏପ୍ରିଲ ମାସରେ ପ୍ରାୟ ୧୫ ଦିନ ଯାଏଁ ବିଭିନ୍ନ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିବ । ଏପ୍ରିଲ ମାସରେ ଗୁଡି ପଡୱା, ସରହୁଲ ଓ ବୈଶାଖୀ ପରି ପର୍ବ ପଡୁଥିବା ବେଳେ ଏକାଧିକ ଜୟନ୍ତୀ ମଧ୍ୟ ପଡୁଛି । ଏହି କାରଣରୁ ବ୍ୟାଙ୍କ କର୍ମଚାରୀଙ୍କୁ ଏହି ମାସରେ ଅଧାଦିନ ଛୁଟି ମିଳିବ । ତେବେ ଗ୍ରାହକ ମାନଙ୍କୁ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ଯଦି ଆପଣଙ୍କ ବ୍ୟାଙ୍କ ବ୍ରାଞ୍ଚରେ କିଛି ବି କାମ ଥାଏ ତେବେ ତାହା ଆପଣ ଆଜି ହିଁ ପୁରା କରି ନିଅନ୍ତୁ । ଆରବିଆଇ ପକ୍ଷରୁ ଦିଆଯାଇଥିବା ଛୁଟି ଲିଷ୍ଟ ଅନୁଯାୟୀ ଜାଣନ୍ତୁ ଛୁଟିର ସମ୍ପୂର୍ଣ୍ଣ ତାଲିକା ।

ଏପ୍ରିଲ୍ ୧ – ବ୍ୟାଙ୍କ ଆକାଉଣ୍ଟଗୁଡିକର ଆନୁଆଲ କ୍ଲୋଜିଂ – ପ୍ରାୟ ସମସ୍ତ ରାଜ୍ୟରେ ବ୍ୟାଙ୍କଗୁଡିକ ବନ୍ଦ

ଏପ୍ରିଲ ୨- ଗୁଡି ପାଡଓ୍ଵା/ଉଗାଡି ଫେଷ୍ଟିଭାଲ/ନବରାତ୍ରର ପ୍ରଥମ ଦିନ/ତେଲୁଗୁ ନବ ବର୍ଷ।

ଏପ୍ରିଲ ୩- ରବିବାର।

ଏପ୍ରିଲ ୪- ସରିହୁଲ- ରାଞ୍ଚିରେ ବ୍ୟାଙ୍କ ବନ୍ଦ।

ଏପ୍ରିଲ ୫- ବାବୁ ଜଗଜୀବନ ରାମଙ୍କ ଜନ୍ମ ଦିନ- ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ।

ଏପ୍ରିଲ ୯- ଶନିବାର (ମାସର ଦ୍ଵିତୀୟ ଶନିବାର)

ଏପ୍ରିଲ ୧୦- ରବିବାର।

ଏପ୍ରିଲ ୧୪- ଡ. ବାବାସାହେବ ଆମ୍ବେଦକର ଜୟନ୍ତୀ/ମହାବରୀ ଜୟନ୍ତୀ/ବୈଶାଖୀ/ତାମିଲ ନବବର୍ଷ/ବିଜୁ ଫେଷ୍ଟିଭାଲ/ ବୋହାର ପ୍ରାୟତଃ ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।

ଏପ୍ରିଲ ୧୫- ଗୁଡ ଫ୍ରାଇଡେ/ ବଙ୍ଗାଳି ନବବର୍ଷ/ ହିମାଚଳ ଦିବସ/ ବିଶୁ/ ବୋହାଗ, ଜୟପୁର, ଜମ୍ମୁ ଏବଂ ଶ୍ରୀନଗରକୁ ଛାଡି ଅନ୍ୟ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ।

ଏପ୍ରିଲ ୧୬- ବୋହାଗ ବିୟୁ- ଗୌହାଟୀରେ ବ୍ୟାଙ୍କ ବନ୍ଦ।

ଏପ୍ରିଲ ୧୭- ରବିବାର

ଏପ୍ରିଲ ୨୧- ଗଡିଆ ପୂଜା, ଅଗରତାଲାରେ ବ୍ୟାଙ୍କ ବନ୍ଦ।

ଏପ୍ରିଲ ୨୩- ଶନିବାର(ମାସର ଚତୁର୍ଥ ଶନିବାର)।

ଏପ୍ରିଲ ୨୪- ରବିବାର।

ଏପ୍ରିଲ ୨୯- ଶବ ଇ କଦ/ଜୁମାତ-ଉଲ-ବିଦା, ଜମ୍ମୁ ଓ କଶ୍ମୀରରେ ବ୍ୟାଙ୍କ ବନ୍ଦ।