ବ୍ୟାଙ୍କ FD ନା ପୋଷ୍ଟ ଅଫିସ ସ୍କିମ୍, କେଉଁଠି ନିବେଶ କରିବା ଲାଭଦାୟକ
କେଉଁଠି ନିବେଶ କଲେ ପାଇବେ ଅଧିକ ଲାଭ, ଜାଣନ୍ତୁ
ନୂଆଦିଲ୍ଲୀ: ଆଜିର ସମସୟରେ ଲୋକେ ସୁରକ୍ଷିତ ନିବେଶ ଏବଂ ଗ୍ୟାରେଣ୍ଟି ରିଟର୍ଣ୍ଣ ଖୋଜୁଛନ୍ତି। ଏଥିରେ ଅନେକ ପପୁଲାର ଅପସନ୍ ସାମ୍ନାକୁ ଆସିଥାଏ। ପ୍ରଥମେ ବ୍ୟାଙ୍କର ଫିକ୍ସଡ ଡିପୋଜିଟ ଏବଂ ଦ୍ୱିତୀୟ ପୋଷ୍ଟ ଅଫିସର ଡିପୋଜିଟ ସ୍କିମ।
ଏହି ଦୁଇଟି ଯୋଜନା ସୁରକ୍ଷିତ ଏବଂ ସରକାର ବା ବ୍ୟାଙ୍କର ଗ୍ୟାରେଣ୍ଟି ସହ ଆସିଥାଏ। ହେଲେ ପ୍ରଶ୍ନ ଉଠୁଛି ଯେ, ଏହି ଦୁଇଟି ମଧ୍ୟରୁ କେଉଁଟି ଅଧିକ ଲାଭଦାୟକ। ଆସନ୍ତୁ ଜାଣିବା..
ପୋଷ୍ଟ ଅଫିସର ଟାଇମ୍ ଡିପୋଜିଟ ଯୋଜନା, ବ୍ୟାଙ୍କ ଏଫଡି ଭଳି ହିଁ ରହିଥାଏ। ଏଥିରେ ଆପଣ ନିଜର ଟଙ୍କା ୧ ବର୍ଷ, ୨ ବର୍ଷ, ୩ ବର୍ଷ ବା ୫ ବର୍ଷ ପାଇଁ ନିବେଶ କରିପାରିବେ।
ଏଠାରେ ୧ରୁ ୨ ବର୍ଷର ଜମା ଉପରେ ୬.୯ ପ୍ରତିଶତ, ୩ ବର୍ଷର ଜମା ଉପରେ ୭.୧ ପ୍ରତିଶତ, ଏବଂ ୫ ବର୍ଷର ଜମା ଉପରେ ୭.୫ ପ୍ରତିଶତ ମିଳିଥାଏ। ସରକାର ଏହି ସୁଧ ଦରକୁ ଅପ୍ରେଲ-ଜୁନ ୨୦୨୫ର ତ୍ରମାସ ପର୍ଯ୍ୟନ୍ତ ସମାନ କରିଛି।
କିଛି ବ୍ୟାଙ୍କ ଅଛି ଯେଉଁମାନେ ଭଲ ସୁଧ ଦର ଦେଉଛନ୍ତି, ଯେମିତିକି ଡିସିବି ବ୍ୟାଙ୍କ, ୟେସ୍ ବ୍ୟାଙ୍କ, ଆରବିଏଲ ବ୍ୟାଙ୍କ। ଏମାନେ ୩ ବର୍ଷର ଏଫଡି ଉପରେ ୭.୫ ପ୍ରତିଶତ ବାର୍ଷିକ ସୁଧ ଦେଉଛନ୍ତି।
ବନ୍ଧନ ବ୍ୟାଙ୍କ, Indusind Bank ପାଖାପାଖି ୭.୨୫ ପ୍ରତିଶତ, ବ୍ୟାଙ୍କ ଅଫ୍ ବରୋଦା ୭.୧୫ ପ୍ରତିଶତ ଏବଂ ସେହିପରି ଏଚଡିଏଫସି, ଆଇସିଆଇସିଆଇ, ଆକ୍ସିସ, କୋଟାକ ବ୍ୟାଙ୍କ କେବଳ ୬.୯ ପ୍ରତିଶତ। ସରକାରୀ ବ୍ୟାଙ୍କ ଭଳି ଏସବିଆଇ, ପିଏନବି, ୟୁନିୟନ ବ୍ୟାଙ୍କ ୩ ବର୍ଷର ଏଫଡିରେ ୬.୨୫ ରୁ ୬.୭୫ ପ୍ରତିଶତ ବାର୍ଷିକ ସୁଧ ଦେଉଛି, ଯାହା ପୋଷ୍ଟ ଅଫିସର ଦରଠାରୁ ଖୁବ କମ୍।