fbpx

ଜୁଲାଇରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ ? ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜାରି କଲା ଛୁଟି ଲିଷ୍ଟ

Advertisement

ନୂଆଦିଲ୍ଲୀ: ଆଜି ଜୁଲାଇ ମାସର ପ୍ରଥମ ଦିନ । ପ୍ରତି ମାସ ପରି ଏ ମାସରେ ମଧ୍ୟ ବ୍ୟାଙ୍କ କିଛି ଦିନ ଛୁଟୀ ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୁଲାଇ ମାସରେ ପଡୁଥିବା ବ୍ୟାଙ୍କ ଛୁଟୀର ଲିଷ୍ଟ ଜାରି କରିଛନ୍ତି । ଆରବିଆଇ ଅବକାଶ କ୍ୟାଲେଣ୍ଡର ଅନୁସାରେ ଜୁଲାଇ ୨୦୨୩ରେ ବ୍ୟାଙ୍କ ପ୍ରାୟ ୧୫ ଦିନ ବନ୍ଦ ରହିବ ।
ଏହି ଲିଷ୍ଟ ରାଷ୍ଟ୍ରୀୟ ସ୍ତରରେ ବ୍ୟାଙ୍କ ଛୁଟୀକୁ ନେଇ ଜାରି କରାଯାଇଛି । ଅନ୍ୟପକ୍ଷରେ କିଛି ରାଜ୍ୟରେ ସେମାନଙ୍କର ଅଲଗା ଅଲଗା ଫେଷ୍ଟିଭାଲ୍ ଲାଗି ବି ବ୍ୟାଙ୍କ ବନ୍ଦ ରହିଥାଏ । ଏହି ଛୁଟୀରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ସହିତ ରବିବାର ମଧ୍ୟ ସାମିଲ ରହିଛି । ଏଥିମଧ୍ୟରୁ ୮ ଛୁଟୀ ନେଗୋସିଏବଲ୍ ଇନଷ୍ଟ୍ରୁମେଣ୍ଟ ଆକ୍ଟ ଜରିଆରେ ସୂଚୀବଦ୍ଧ ।
ଆପଣ ଜୁଲାଇରେ କୌଣସି କାମ ଲାଗି ବ୍ୟାଙ୍କ ଯିବା ପୂର୍ବରୁ ଛୁଟୀ ଲିଷ୍ଟ ଜରୁର ଯାଞ୍ଚ କରିନେବା ଉଚିତ । ଯଦି ବି କୌଣସି ଦିନ ବ୍ୟାଙ୍କ ଶାଖା ବନ୍ଦ ଥିବ ତଥାପି ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ସବୁ ସମୟରେ ଚାଲୁ ରହିବ । ଏଣୁ ବ୍ୟାଙ୍କ ବନ୍ଦ ରହିଲେ ବି ଗ୍ରାହକ ଅନଲାଇନ୍ରେ କାରବାର କରିପାରିବେ ।

 

Get real time updates directly on you device, subscribe now.