ଏହି ସପ୍ତାହରେ ୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ ଦିନ କରିପାରିବେନି ବ୍ୟାଙ୍କିଙ୍ଗ କାମ

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଚାଲିଛି ଏବଂ ଆଜି ଭାଇ ଦୁଜ ପର୍ବ ପାଳନ କରାଯାଉଛି। ଏଥିସହ ଦୀପାବଳିର ୫ଦିନିଆ ଉତ୍ସବ ଆଜି ସମାପ୍ତ ହେଉଛି। ଦୀପାବଳି ପରେ ଆଜି ବିହାର-ପୂର୍ବ ଉତ୍ତର ପ୍ରଦେଶରେ ଛଟର ପର୍ବ ବଡ଼ ଧୁମଧାମର ସହ ପାଳନ କରାଯିବ ବୋଲି ପ୍ରସ୍ତୁତି ଚାଲିଛି। ତେବେ ଆସନ୍ତୁ ଜାଣିବା ଏହି ପର୍ବ ପାଇଁ ବ୍ୟାଙ୍କ କେଉଁ କେଉଁ ଦିନ ବନ୍ଦ ରହିବ।

ଅନେକ ରାଜ୍ୟର ଗ୍ରାହକମାନେ ବ୍ୟାଙ୍କର ଲମ୍ବା ଛୁଟି ପାଇଁ ୪ ଦିନ ପର୍ଯ୍ୟନ୍ତ ବ୍ୟାଙ୍କିଂ କାମ କରିପାରିବେ ନାହିଁ।

୩ ନଭେମ୍ବର: ସମସ୍ତ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବ୍ୟାଙ୍କ ରବିବାରରେ ବନ୍ଦ ରହିବ।
୭ ନଭେମ୍ବର: ଛଟ ପୂଜା ଅବସରରେ କୋଲକାତା, ବିହାର ଏବଂ ଝାଡଖଣ୍ଡ ସମେତ କିଛି ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।
୮ ନଭେମ୍ବର: ଛଟ ବା ବଙ୍ଗାଳୀ ମହୋତ୍ସବ ଅବସରରେ ବିହାର, ଝାଡଖଣ୍ଡ ଏବଂ ମେଘାଳୟରେ ବନ୍ଦ ରହିବ।
୯ ନଭେମ୍ବର: ଦ୍ୱିତୀୟ ଶନିବାର

ଏଥିପାଇଁ ଆପଣଙ୍କୁ କେବଳ ସୋମବାର, ମଙ୍ଗଳବାର ଏବଂ ବୁଧବାର ଦିନ ବ୍ୟାଙ୍କକୁ ଯାଇ କାର୍ଯ୍ୟ ସାରିବାକୁ ପଡିବ। ଏହା ବ୍ୟତୀତ ଏହି ୪ଦିନ ବ୍ୟାଙ୍କ ବନ୍ଦ ରହିବ।