fbpx

ସଂସଦରେ ଅର୍ଥମନ୍ତ୍ରୀଙ୍କ ସୂଚନା: ସରକାରୀ ଓ ଘରୋଇ ବ୍ୟାଙ୍କ ଲୋନ୍ ଆଦାୟ ପାଇଁ କଠୋର ହୋଇ ପାରିବେନି

ନୂଆଦିଲ୍ଲୀ: ଅନେକ ସମୟରେ ବ୍ୟାଙ୍କମାନେ ଗ୍ରାହକଙ୍କଠାରୁ ଲୋନ୍ ଆଦାୟ କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରିଥାନ୍ତି । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏହା ଉପରେ କେନ୍ଦ୍ର ସରକାର ନଜର ରଖିଛନ୍ତି । କିଛି ସଂସ୍ଥା ଦ୍ୱାରା ଉଚ୍ଚ ସୁଧ ହାରରେ ଅର୍ଥ ଆଦାୟ କରାଯାଉଥିବାରୁ ତା’ ଉପରେ ରୋକ ଲଗାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏ ବାବଦରେ ସଂସଦରେ ଅର୍ଥମନ୍ତ୍ରୀ ସୀତାରମଣ ସୂଚନା ଦେଇଛନ୍ତି ।

ଅର୍ଥମନ୍ତ୍ରୀ ଲୋକସଭାରେ କହିଛନ୍ତି, ଲୋନ ଆଦାୟ କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ ନ କରିବାକୁ ସମସ୍ତ ପ୍ରାଇଭେଟ ଓ ସରକାରୀ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଲୋକ ଲୋନ ଅର୍ଥ ପ୍ରଦାନ ନେଇ ଅନେକ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ ଆସିଛି । ତେଣୁ ଲୋନ ଆଦାୟ କ୍ଷେତ୍ରରେ ମାନବତା ଓ ସମ୍ବେଦନଶୀଳତା ଉପରେ ଧ୍ୟାନ ଦେବା ଉଚିତ । ଉଚ୍ଚ ସୁଧ ହାରରେ ଅର୍ଥ ଅସୁଲ କରାଯାଉ ଥିବାରୁ ଗତବର୍ଷ ଆରବିଆଇ ପକ୍ଷରୁ କିଛି ସଂସ୍ଥାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଡିଜିଟାଲ କାରବାର ପାଇଁ ମାନକକୁ କଠୋର କରାଯାଇଥିଲା । ଚଳିତ ବର୍ଷ ପ୍ରାରମ୍ଭରେ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ ମୋଡ଼ରେ ଋଣ ପ୍ରଦାନ କରୁଥିବା ସଂସ୍ଥାଙ୍କୁ ଋଣ ଡିଫଲ୍ଟ ମାମଲାରେ ଉଧାରକର୍ତ୍ତାଙ୍କ ସହିତ ସମ୍ପର୍କ କରିବା ପାଇଁ ଅଧିକୃତ ନିଜର ପ୍ୟାନେଲରେ ସାମିଲ ଏଜେଣ୍ଟଙ୍କ ନାମ ଖୁଲାସା କରିବାକୁ ନିର୍ଦ୍ଦେଶ ଦେଇଥିଲା । ପୁଣି ଅର୍ଥ ଆଦାୟ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଗ୍ରାହକଙ୍କୁ ସୂଚିତ କରାଯାଇଥିଲା ।

Get real time updates directly on you device, subscribe now.