fbpx

କ୍ରିକେଟ ଫ୍ୟାନ ନିରାଶ: ବାରବାଟୀରେ ହେବନି ୱେଷ୍ଟଇଣ୍ଡିଜ ମ୍ୟାଚ, ପରିବର୍ତ୍ତିତ ସୂଚୀ ଜାରି କଲା BCII

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାରବାଟୀରେ ଖେଳାଯିବନି ଭାରତ ଏବଂ ୱେଷ୍ଟଇଣ୍ଡିଜ ଟି-୨୦ ମୁକାବିଲା । କୋଭିଡକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଗସ୍ତ କାର୍ଯ୍ୟସୂଚନୀ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଦୁଇଟି ଭେନ୍ୟୁରେ ଦିନିକିଆ ଏବଂ ଟି-୨୦ ଶୃଙ୍ଖଳା ଖେଳାଯିବ । ପୂର୍ବରୁ ଫେବୃୟାରୀ ୧୫ ତାରିଖରେ କଟକରେ ଟି-୨୦ ମୁକାବିଲା ଖେଳାଯିବାର କାର୍ଯ୍ୟକ୍ରମ ରହିଥିଲା । ୱେଷ୍ଟଇଣ୍ଡିଜ ଦଳ ଏହି ଗସ୍ତରେ ୩ଟି ଲେଖାଏଁ ଦିନିକିଆ ଓ ଟି-୨୦ ମୁକାବିଲା ଖେଳିବ ।

ବର୍ତ୍ତମାନ ଅହମ୍ମଦାବାଦ ଏବଂ କୋଲକାତାରେ ଦୁଇଟି ଯାକ ସିରିଜ୍ ଖେଳାଯିବ । ଅହମ୍ମଦାବାଦରେ ୩ଟି ଯାକ ଦିନିକିଆ ଏବଂ କୋଲକାତାରେ ୩ଟି ଯାକ ଟି-୨୦ ମୁକାବିଲା ଖେଳାଯିବ । ଫେବୃୟାରୀ ୬, ୯ ଓ ୧୧ ତାରିଖରେ ୩ଟି ଯାକ ଦିନିକିଆ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ୧୬, ୧୮ ଓ ୨୦ ତାରିଖରେ କୋଲକାତାର ଇଡେନ ଗାର୍ଡେନରେ ଟି-୨୦ ମୁକାବିଲା ଖେଳାଯିବ ।

Get real time updates directly on you device, subscribe now.