fbpx

୨୬ ଜାନୁଆରୀ ପର୍ଯ୍ୟନ୍ତ ଶସ୍ତାରେ ବୁକ୍ କରିପାରିବେ ଫ୍ଲାଇଟ୍ ଟିକେଟ୍, Go First ଜବରଦସ୍ତ ଅଫର୍

ବଜେଟରେ ବିମାନ ଯାତ୍ରା ଉପଲବ୍ଧ କରାଉଥିବା ଗୋ ଫାର୍ଷ୍ଟ ଏୟାରଲାଇନ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଆଣିଛି ଏକ ଭଲ ଅଫର । ଏୟାରଲାଇନ୍ ‘ରାଇଟ ଟୁ ଫ୍ଲାଏ ସେଲ୍’ ଅନ୍ତର୍ଗତ ବିମାନ ଯାତ୍ରୀଙ୍କୁ ୯୨୬ ଟଙ୍କାର ପ୍ରାରମ୍ଭିକ ଦାମରେ ବିମାନ ଟିକେଟ ଉପଲବ୍ଧ କରାଇଛି । କମ୍ପାନୀର ଏହି ସେଲ୍ ୨୨ ଜାନୁଆରୀ ୨୦୨୨ ରୁ ୨୬ ଜାନୁଆରୀ ମଧ୍ୟରେ ଉପଲବ୍ଧ ।

କମ୍ପାନୀର ୱେବସାଇଟ୍ ଅନୁଯାୟୀ ଯଦି ଆପଣ ୨୨ ଜାନୁଆରୀ ରୁ ୨୬ ଜାନୁଆରୀ ୨୦୨୨ ମଧ୍ୟରେ ଫ୍ଲାଇଟ୍ ଟିକେଟ୍ ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ଏହି ଅଫରର ଲାଭ ମିଳିବ । ଅଫରର ଲାଭ ଆପଣଙ୍କୁ ୧୧ ଫେବୃଆରୀ ୨୦୨୨ ରୁ ୩୧ ମାର୍ଚ୍ଚ ୨୦୨୨ ମଧ୍ୟରେ ଫ୍ଲାଇଟ ଟିକେଟ ଉପରେ ମିଳିବ । ଏହି ଟିକେଟରେ ଆପଣ ୧୫ କେଜି ପର୍ଯ୍ୟନ୍ତ ଲଗେଜ୍ ମଧ୍ୟ ନେଇପାରିବେ ।

ଯଦି ଆପଣ ଏହି ସ୍କିମ୍ ଅନୁଯାୟୀ ଟିକେଟ୍ ବୁକ୍ କରୁଛନ୍ତି ତେବେ ଯାତ୍ରାର ତିନି ଦିନ ପୂର୍ବ ପର୍ଯ୍ୟନ୍ତ ଆପଣ ବିନା କୌଣସି ଚାର୍ଜରେ ଫ୍ଲାଇଟ୍ ରିସିଡ୍ୟୁଲ କରିପାରିବେ । କିନ୍ତୁ ଯଦି ଆପଣ ଟିକେଟ୍ କ୍ୟାନ୍ସଲ କରୁଛନ୍ତି ତେବେ ଆପଣଙ୍କୁ ଷ୍ଟାଣ୍ଡାର୍ଡ ଟର୍ମ ଏବଂ କଣ୍ଡିସନ ହିସାବରେ ଚାର୍ଜ ଲାଗିବ ।

ଗୋ ଫାର୍ଷ୍ଟ ତରଫରୁ କୁହାଯାଇଛି ଯେ ଏହି କେବଳ ଡୋମେଷ୍ଟିକ ଉଡ଼ାଣ କ୍ଷେତ୍ରରେ ଲାଗୁ ହେବ ଏବଂ କେବଳ ଗୋଟିଏ ସମୟରେ କୌଣସି ସମୟରେ ଯିବା କିମ୍ବା ଆସିବା ଉପରେ ଲାଗୁ ହେବ । କମ୍ପାନୀର ସୂଚନା ଅନୁଯାୟୀ ଟିକେଟ୍ ଆପଣ ୱେବସାଇଟ୍ ସହ କୌଣସି ମାଧ୍ୟମ ଦ୍ୱାରା ବୁକ୍ କରାଇପାରିବେ । ଏହି ସ୍କିମରେ ଆପଣ ଗ୍ରୁପ୍ ବୁକିଂ କରିପାରିବେ ନାହିଁ ।

Get real time updates directly on you device, subscribe now.