fbpx

ନିର୍ବାଚନ: ଜାନୁଆରୀ ୩୧ ଯାଏଁ ବଢ଼ିଲା କଟକଣା

ନୂଆଦିଲ୍ଲୀ: ଆଗକୁ ବିଧାନସଭା ନିର୍ବାଚନ ଆସୁଥିବା ବେଳେ ସେଥିପାଇଁ ତେଜିଛି ରାଜନୀତି । କରୋନାର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି କଟକଣା ମଧ୍ୟ କରାଯାଇଛି । ଏହାରି ମଧ୍ୟରେ ନିର୍ବାଚନ କଟକଣାକୁ ନେଇ ଆସିଛି ବଡ଼ ଖବର । ଜାନୁଆରୀ ୩୧ ପର୍ଯ୍ୟନ୍ତ କଟକଣା ବଢ଼ାଇଛନ୍ତି ଭାରତୀୟ ନିର୍ବାଚନ କମିସନ । ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ କଟକଣା ବଢ଼ିଛି । ୫ ରାଜ୍ୟରେ ଜାନୁଆରି ୩୧ ଯାଏ ହୋଇପାରିବନି ରାଲି ବା ରୋଡ ଶୋ । ରାଲି, ରୋଡ୍ ଶୋ’ ଉପରେ କଟକଣା ପୁଣି ସପ୍ତାହେ ବଢ଼ାଇଛନ୍ତି ଭାରତୀୟ ନିର୍ବାଚନ କମିସନ ।

ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପାଇଁ ସମାବେଶ କଟକଣା କୋହଳ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାନୁଆରି ୨୮ରୁ କରିପାରିବେ ସଭା । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଫେବ୍ରୁଆରି ୧ରୁ ସଭା କରିପାରିବେ ପ୍ରାର୍ଥୀ । ଘରଘର ବୁଲି ପ୍ରଚାର କରିବା ବେଳେ ସର୍ବାଧିକ ୧୦ ଜଣ ଯାଇପାରିବେ । ପୂର୍ବରୁ ଘରଘର ବୁଲି ସର୍ବାଧିକ ୫ ଜଣ ପ୍ରଚାର କରିବାକୁ ଅନୁମତି ଥିଲା । କେବଳ ସ୍ୱୀକୃତିପ୍ରାପ୍ତ ସ୍ଥାନରେ ପ୍ରଦର୍ଶିତ ହୋଇପାରିବ ଡିଜିଟାଲ ପ୍ରଚାର ଭିଡିଓ ।

Get real time updates directly on you device, subscribe now.