fbpx

ଉତ୍ତର ପ୍ରଦେଶ ରାଜନୀତିରେ ନୂଆ ସମୀକରଣ: ଦୁଇ ରାଜନୈତିକ ଦଳ ସହିତ ମେଣ୍ଟ କରିବେ ଓୱେସୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ଇଲେକ୍ସନରେ ଆସିଛି ନୂଆ ମୋଡ । ବେଶ କିଛି ଦିନରୁ ଏକା ହୋଇ ଯାଇଥିବା ଇଓଗଓଗ କୁ ନୂଆ ପାର୍ଟନର । କାଲି ପାର୍ଟନର ସଂଖ୍ୟା ଜିରୋ ଥିବା ବେଳେ ଆଜି ଏକା ସାଙ୍ଗରେ ଯୋଡି ଦୁଇ ଦୁଇଟି ନୂଆ ଚେହେରା । ହାଇଦ୍ରାବାଦର ସାଂସଦ ଅସଉଦ୍ଦିନ ଅୱେସୀଙ୍କ ଦଳ ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ(ଇଓଗଓଗ) ସେ ଯୋଡି ହୋଇଛନ୍ତି ବାବୁ ସିଂ କୁଶବାହା ,ବଂ ଭାରତ ମୁକ୍ତିମୋର୍ଚ୍ଚା । ତେବେ ତିନି ଜଣଙ୍କ ପାର୍ଟନରସିପ ପରେ ଦଳର ନାମ ବଦଳିଛି । ଭାଗିଦାରୀ ପରିବର୍ତ୍ତନ ମୋର୍ଚ୍ଚା ନାଁରେ ହୋଇଛି ଏହି ନୂଆ ଦଳ । ଅୱେସୀ ଏବଂ ବାବୁ ସିଂଙ୍କ ବ୍ୟତୀତ ଭାରତ ମୁକ୍ତି ମୋର୍ଚ୍ଚା ମଧ୍ୟ ଏହି ଦଳର ମେମ୍ବର ରହିଛି ।
ତେବେ ଦଳ ତିଆରି ହେଉ ହେଉ ବିଜେପିକୁ ଟାର୍ଗେଟ କରିଛନ୍ତି ବାବୁ ସିଂ କୁଶବାହା । ଖୁଲମଖୁଲା ବିଜେପିକୁ ରଣହୁଙ୍କାର ଦେଇଛନ୍ତି ପୂର୍ବ କ୍ୟାବିନେଟ ମନ୍ତ୍ରୀ ବାବୁ ସିଂ ।

ଏହା ସହିତ ଏହି ମେଣ୍ଟର ରାସ୍ତା ଖୋଲା ରହିତିବା ସେ ପ୍ରକାଶ କରିଛନ୍ତି । ଲଗାତାର ସମାଜବାଦୀ ପାର୍ଟି ସହ ଜଡିତ ଥିବା ଅୱେସୀ ଦଳ ସହିତ ଯୋଡିୀ ହେବା ପାଇଁ ଚାହିଁଥିଲେ । କିନ୍ତୁ ପାର୍ଟି ସୁପ୍ରିମୋ ଅକିଲେଶ ଯାଦବଙ୍କ ଭରସା ଜିତି ନ ପାରି ଶେଷରେ ନିରାଶ ହୋଇଥିଲେ ଅୱେସୀ । ତେବେ ମୁସଲିମ ଭୋଟକୁ ନେଇ କେତେ ସଫଳ ହୋଇ ପାରିବେ ଅୱେସୀ ? ଅନ୍ୟ ଦଳ ପାଇଁ କଣ ଟେନସନ ବଢାଇବ ମୁସଲିମ ଭୋଟ ? କଣ ହେବ ୨୦୨୨ ୟୁପି ଇଲେକ୍ସନର ରେଜଲ୍ଟ? ତାହା ଦେକିବାକୁ ବାକି ରହିଲା ।

Get real time updates directly on you device, subscribe now.