ଜୟପୁର: ରାଜସ୍ଥାନର ବାଡମେର ଜିଲ୍ଲାର ଜଣେ ଶିକ୍ଷକ ଗିରଫ । ଛାତ୍ରୀମାନଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ ପକାଉଥିଲେ ଚାପ । ଅନୈତିକ ସମ୍ପର୍କ ରଖିଲେ ପରୀକ୍ଷାରେ ପାସ କରେଇବା ସହ ଖେଳରେ ବି ସୁଯୋଗ ଦେବାକୁ ଦେଉଥିଲେ ପ୍ରତିଶ୍ରୁତି । ଛାତ୍ରୀଙ୍କୁ ଫୋନ କରି ପ୍ରଭାବିତ କରିଥିବା ଏହି ପ୍ରିନ୍ସିପାଲଙ୍କ ଅଡିଓ ଏବେ ଭାଇରାଲ ହେଉଛି ।
ଗ୍ରାମବାସୀଙ୍କ ମୁତାବକ, ପ୍ରଥମ ଘଟଣା ନ ଥିଲା । ଆଗରୁ ମଧ୍ୟ ଏମିତି ଅଭିଯୋଗ ହୋଇଛି । ସେ ଗ୍ରାମବାସୀଙ୍କୁ ଭୁଲ, କାଇଲ ମାଗିଛନ୍ତି । ପ୍ରିନ୍ସିପାଲଙ୍କ ଏହି ସବୁ କାମ ପାଇଁ ଅନେକ ଛାତ୍ରୀ ସ୍କୁଲ ଛାଡିବାକୁ ବାଧ୍ୟ ହୋଇଛନ୍ତି । ତେବେ ନିକଟରେ ସାରଙ୍କ ଏକ ଅଡିଓ ଭାଇରାଲ ହେବା ପରେ ଗ୍ରାମବାସୀ ଏକତ୍ରିତ ହୋଇ ପଞ୍ଚାୟତ ଡାକିଥିଲେ । ଏଥିସହ ଗ୍ରାମବାସୀ ମେଳି ହୋଇ ପୋଲିସରେ ଅଭିଯୋଗ କରିବା ସହ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଲୋକଙ୍କ ଆକ୍ରୋଶକୁ ଦେଖି ପୋଲିସ ସମ୍ପୃକ୍ତ ପ୍ରିନ୍ସିପାଲଙ୍କୁ ଗିରଫ କରିଛି ।
ଆହୁରି ଅଭିଯୋଗ ହୋଇଛି କି, ଛାତ୍ରୀଙ୍କୁ ଫୋନ କରି ଅଶ୍ଳୀଳ କଥା ହେଉଥିଲେ, ସେମାନଙ୍କୁ କହୁଥିଲେ, ମୋତେ ଖୁସି କଲେ ମୁଁ ତୁମକୁ ସ୍କାଉଟ ସାର୍ଟିଫିକେଟ ଦେବି । ପରୀକ୍ଷାରେ ମଧ୍ୟ ଅଧିକ ନମ୍ବର ଦେବି । ଏଥିପାଇଁ ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବାକୁ ସେ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଲୋକଙ୍କ ଆକ୍ରୋଶ ଦେଖି ସୋମବାର ସଂଧ୍ୟାରେ ପୋଲିସ ସେହି ପ୍ରିନ୍ସିପାଲଙ୍କୁ ଗିରଫ କରି ନେଇଛି ।